କନକ ବ୍ୟୁରୋ: ଓଏଏସ ସ୍ତରରେ ସାମାନ୍ୟ ଅଦଳବଦଳ କଲେ ରାଜ୍ୟ ସରକାର । ଶୈଳେନ୍ଦ୍ର ଜେନା ହେଲେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ । ପୂର୍ବରୁ ଶୈଳେନ୍ଦ୍ର ଜେନା କ୍ରୀଡା ବିଭାଗର ଯୁଗ୍ମ ସଚିବ ଥିଲେ । ମମତା ବାରିକ ହେଲେ ଜୀବିକା ମିଶନର ଯୁଗ୍ମ ସଚିବ । ବିନୋଦ ଜେନା ହେଲେ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ । ଗୋପୀନାଥ କୁଅଁର ହେଲେ ଶିଶୁ ଓ ମହିଳା ବିକାଶ ଯୁଗ୍ମ ସଚିବ । ମନୋରଞ୍ଜନ ସାହୁ ହେଲେ ଭୁବନେଶ୍ୱର ଉପଜିଲ୍ଲାପାଳ ।