କନକ ବ୍ୟୁରୋ: ସେଲ୍, ଆର ଏସ ପି ର ଇସ୍ପାତ ଜେନେରାଲ୍ ହସ୍ପିଟାଲ୍, ପୁଣି ଥରେ ଜଣେ ପୂର୍ବତନ କର୍ମଚାରୀଙ୍କ ୯୧ ବର୍ଷୀୟା ପତ୍ନୀଙ୍କର ସଫଳତାପୂର୍ବକ ଚିକିତ୍ସା କରି ନିଜର ଅସାଧାରଣ ଚିକିତ୍ସା କ୍ଷମତା ପୁଣି ଥରେ ପ୍ରଦର୍ଶନ କରିଛି, ଯାହା ପ୍ରମାଣ କରିଛି ଯେ ବୟସ ଅସ୍ତ୍ରୋପଚାର ପାଇଁ କୌଣସି ପ୍ରତିବନ୍ଧକ ନୁହେଁ । ରୋଗୀ ଜନକଙ୍କୁ ଏକ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା, ସେ ମସ୍ତିଷ୍କ ରକ୍ତସ୍ରାବ, ଗୁରୁତ୍ତର ସ୍ବାସ୍ଥ୍ୟବସ୍ଥା ତଥାକଥା କହିବା ଏବଂ ଖାଇବାରେ ଅସମର୍ଥତା ପୂର୍ବକ ଡାହାଣ ପାର୍ଶ୍ୱ ହେମିପାରେସିସ୍ରେ ପୀଡିତ ଥିଲେ ।
ସମ୍ପୂର୍ଣ୍ଣ ଡାକ୍ତରୀ ଯାଞ୍ଚ ପରେ ତାଙ୍କ ସମ୍ପର୍କୀୟଙ୍କ ସମ୍ମତିକ୍ରମେ, ଡାକ୍ତରୀ ଦଳ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ରୋଗୀଙ୍କର ଏକ ମିନି-କ୍ରାନିଓଟୋମି ପରୀକ୍ଷା କରାଯାଇଥିଲା ଏବଂ ପରେ ହେମାଟୋମାକୁ ଖାଲି କରାଯାଇଥିଲା, ଯାହା ବରିଷ୍ଠ ପରାମର୍ଶଦାତା ତଥା ନ୍ୟୁରୋସର୍ଜନ୍ ଡାକ୍ତର ମନୋଜ କୁମାର ଦେଓ, କରିଥିଲେ। ଏହି ଅସ୍ତ୍ରୋପଚାରକୁ ଅତିରିକ୍ତ ସି ଏମ ଓ (ଆନାସ୍ଥେସିଆ) ଡକ୍ଟର ସଞ୍ଜୁକ୍ତା ପାଣିଗ୍ରାହି ସହଯୋଗ କରିବା ସହିତ ବ୍ରଦର କମଳାକର ଏବଂ ସିଷ୍ଟର ଅର୍ଚ୍ଚନାଙ୍କ ଆନ୍ତଃଅପରେଟିଭ୍ ସହାୟତା ପ୍ରଦାନ କରିଥିଲେ ।
ଏହି ସମସ୍ତ ପ୍ରକ୍ରିୟା ପରେ, ରୋଗୀଙ୍କୁ ଆଇ ସି ୟୁ କୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରେ ତାଙ୍କୁ ବୈକଳ୍ପିକ ଭାବେ ଭେଣ୍ଟିଲେଟରରେ ରକ୍ଷାଯାଇଥିଲା ଏବଂ ସମୟାନୁଯାୟୀ ଅତି ସତର୍କତାର ସହ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ସେ ପ୍ରାୟ ଗୋଟିଏ ମାସ ପର୍ଯ୍ୟନ୍ତ ଯତ୍ନ ସହକାରେ ପୋଷ୍ଟ-ଅପରେଟିଭ୍ କେୟାର ରେ ରହିଥିଲେ ଏବଂ ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା । ସେ ଚେତା ଫେରି ପାଇବା ସହିତ, ଶବ୍ଦ ଏବଂ ଅସମ୍ପୂର୍ଣ୍ଣ ବାକ୍ୟ କହିବା ଆରମ୍ଭ କଲେ ପରେ ପରେ ଅଳ୍ପ ଅଳ୍ପ ଖାଇବା ପୁନଃ ଆରମ୍ଭ କଲେ । ଏଥିରେ ସିଷ୍ଟର ସାଇନି ଜର୍ଜ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ଦ୍ୱାରା ଯତ୍ନ ଯୋଗାଇ ଦିଆଯାଇ ଥିବା ବେଳେ ପରବର୍ତ୍ତୀ ୱାର୍ଡ ଯତ୍ନ ସିଷ୍ଟର ପଦ୍ମାବତୀ, ସିଷ୍ଟର ଜାନକୀ, ସିଷ୍ଟର ରୀମା ଏବଂ ସେମାନଙ୍କ ଦଳ ଦ୍ୱାରା ନିଆ ଯାଇଥିଲା। ରୋଗୀଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଆସିବା ଜାରି ରହିଛି । ଏହା ଆଇ ଜି ଏଚ ର ସମନ୍ୱିତ ବହୁବିଧ ଚିକିତ୍ସା ଯତ୍ନର ପ୍ରଭାବଶାଳୀତା ପ୍ରଦର୍ଶନ କରୁଛି ।
ଏହି ମାମଲାର ସଫଳ ପରିଚାଳନା ସେଲ-ଆରଏସପି ର ସମସ୍ତ ଙ୍କ ପାଇଁ ଉନ୍ନତ, ରୋଗୀ-କେନ୍ଦ୍ରିକ ଏବଂ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା ମାନଦଣ୍ଡ ବଜାୟ ରଖିବା ପାଇଁ ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଉଚ୍ଚ-ବିପଦପୂର୍ଣ୍ଣ ଜେରିଆଟ୍ରିକ୍ ଅସ୍ତ୍ରୋପଚାରରେ ଉତ୍କର୍ଷତା ପାଇଁ ଆଇ ଜିଏ ଚ ତାର ଖ୍ୟାତିକୁ ଆହୁରି ସୁଦୃଢ଼ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/high-risk-surgery-2026-02-16-18-39-00.jpeg)