କନକ ବ୍ୟୁରୋ : ବର୍ବର...ବୀଭତ୍ସ...ଅମାନୁଷିକ, ସ୍ବାମୀ ଟପିଲା ବର୍ବରତାର ଲକ୍ଷ୍ମଣରେଖା। ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା ସ୍ବାମୀ। ପ୍ରେସର କୁକରରେ ସ୍ତ୍ରୀ ଶରୀରର କଟା ଖଣ୍ଡକୁ ସିଝାଇ କଲା ପ୍ରମାଣ ନଷ୍ଟ। ହାଇଦ୍ରାବାଦରୁ ଆସିଛି ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଖବର। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ଜେରା ସମୟରେ ଅଭିଯୁକ୍ତ ପୁଲିସ ସମ୍ମୁଖରେ ବଖାଣିଛି ପୁରା ହତ୍ୟାକାଣ୍ଡର କ୍ରାଇମ ପ୍ଲଟ୍।
ସ୍ତ୍ରୀକୁ କାଟିଲା, କୁକରରେ ସିଝାଇଲା
- ହତ୍ୟାପରେ ବାଥରୁମ୍ରେ ସ୍ତ୍ରୀର ମୃତଦେହକୁ କାଟିଥିଲା ଅଭିଯୁକ୍ତ
- ପ୍ରମାଣ ନଷ୍ଟ ପାଇଁ ପ୍ରଥମେ ହାଡ଼ ଓ ମାଂସକୁ କରିଥିଲା ଅଲଗା
- ପ୍ରେସର କୁକରରେ ବାରମ୍ବାର ସିଝାଇଥିଲା ଶରୀରର କଟା ଅଂଶ
- ତିନି ଦିନ ପରେ ଏସବୁକୁ ବିଭିନ୍ନ ସ୍ଥାନରେ ପକାଇଥିଲା ଅଭିଯୁକ୍ତ
ଭାରତୀୟ ସେନାରୁ ଅବସର ନେବା ପରେ ଗୁରୁ ମୂର୍ତ୍ତି ଡିଆରଡିଓ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ, ଦୁହିଁଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି। ଘରୋଇ କଳିକୁ ନେଇ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା କହିଛି ହାଇଦ୍ରାବାଦ ପୁଲିସ୍…
କାହିଁକି ମାନବିକତା ଭୁଲିଯାଉଛି ମଣିଷ?
ଭିଆଉଛି ବର୍ବରୋଚିତ ହତ୍ୟାକାଣ୍ଡ
କେବଳ ହାଇଦ୍ରାବାଦ ନୁହେଁ ଗତ କିଛି ବର୍ଷ ଭିତରେ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏଭଳି କିଛି ହତ୍ୟାକାଣ୍ଡ ଉପରେ ପକାନ୍ତୁ ନଜର।
ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ, ନୂଆଦିଲ୍ଲୀ
- ମେ, ୨୦୨୨ରେ ଚହଳ ସୃଷ୍ଟି କରିଥିଲା ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ
- ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ବୟଫ୍ରେଣ୍ଡ ଅଫତାବ
-ଫ୍ରିଜରେ ରଖି ବାହାରେ ଫୋପାଡୁଥିଲା ଶରୀରର କଟା ଅଂଶ
ମହାଲକ୍ଷ୍ମୀ ହତ୍ୟାକାଣ୍ଡ, ବେଙ୍ଗାଲୁରୁ
- ଗତବର୍ଷ ସେପ୍ଟେମ୍ବର ମାସରେ ମହାଲକ୍ଷ୍ମୀଙ୍କୁ ବୀଭତ୍ସ ହତ୍ୟା କରିଥିଲା ପ୍ରେମିକ
- ଲିଭ-ଇନ୍ରେ ରହୁଥିବା ପ୍ରେମିକ ମୁକ୍ତିରଞ୍ଜନ କରିଥିଲା ହତ୍ୟା
- ମୃତଦେହକୁ ୫୦ ଖଣ୍ଡ କାଟି ଫ୍ରିଜ୍ରେ ରଖିଥିଲା
-ଧରାପଡ଼ିବା ଆଶାରେ ଫେରାର ହୋଇ କରିଥିଲା ଆତ୍ମହତ୍ୟା
ଉଷଶ୍ରୀ ସାମଲ ହତ୍ୟାକାଣ୍ଡ, ଭୁବନେଶ୍ବର
- ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ
- ଜୁନ ୩, ୨୦୧୩ରେ ପତ୍ନୀଙ୍କୁ ହତ୍ୟା କରିଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ
- ପଲିଥିନ୍ ବ୍ୟାଗ୍, ଟିଫିନ୍ ବକ୍ସ, ଟ୍ରଙ୍କ୍ ଓ ଫ୍ରିଜ୍ରେ ରିଖିଥିଲେ ଶରୀରର କଟା ଖଣ୍ଡ
- ସ୍ତ୍ରୀର ମୃତ ଶରୀରର କଟା ଖଣ୍ଡ ସହ ବିତାଇଥିଲେ ୨୦ ଦିନ
ପ୍ରେମର ମଧୁର ସମ୍ପର୍କରେ କାହିଁକି ସୃଷ୍ଟି ହେଉଛି ଫାଟ। ସାତ ଜନ୍ମର ସାଥି ହେବାକୁ କଥା ଦେଇ କାହିଁକି ସାଥି ନେଉଛି ସାଥିର ଜୀବନ। ମାନସିକ ଅବସାଦ ମଣିଷକୁ ଦେଖାଉଛି କି ଅପରାଧର ବାଟ।