କନକ ବ୍ୟୁରୋ: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ । ଭଦ୍ରକ ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ମୃତଦେହ ବନ୍ଧଗାଁ ଡୁଙ୍ଗୁରା ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚିତ୍ତରଞ୍ଜନ ବର୍ତମାନର ଆମ୍ବରୁଳି ସୋସାଇଟି ସଭାପତି ଥିଲେ ।