କନକ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ତୃତୀୟ ବିଶ୍ୱଯୁଦ୍ଧର ଧମକ । ୟୁକ୍ରେନ ସହିତ ଶାନ୍ତି ଚୁକ୍ତି ପ୍ରସ୍ତାବକୁ ପୁତିନ ମନାକରିବାରୁ ଟ୍ରମ୍ପଙ୍କୁ ତୃତୀୟ ବିଶ୍ୱଯୁଦ୍ଧର ଚେତାବନୀ ମିଳିଛି । ଏହି ପ୍ରସଙ୍ଗରେ ଟ୍ରମ୍ପ କହିଥିଲେ ରୁଷ ନିଆଁ ସହିତ ଖେଳୁଛି । ପ୍ରତି ଉତ୍ତରରେ ପୂର୍ବତନ ଋଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ ବଲି କହିଛନ୍ତି । ନିଜକୁ ବିଶ୍ୱ ଶାନ୍ତିର ମସିହା ଭାବରେ ପ୍ରଦର୍ଶିନ କରୁଥିବା ଟ୍ରମ୍ପଙ୍କୁ ଏକ୍ସ ମାଧ୍ୟମରେ ସମାଲୋଚନା କରିଛନ୍ତି । ଟ୍ରମ୍ପଙ୍କ ଏଭଳି ଟିପ୍ପଣୀ ବିଶ୍ବକୁ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଅଗ୍ରସର କରାଉଛି । ଦ୍ବିତୀୟ ବିଶ୍ୱଯୁଦ୍ଧର ପରିଣାମ ବିଶ୍ବ ମନେରଖିଛି । ମୁଁ ଆଶା କରୁଛି ଟ୍ରମ୍ପ ଏହା ବୁଝିପାରିବେ !
ଏଭଳି ଶୀତଳ ଯୁଦ୍ଧ ଟ୍ରମ୍ପଙ୍କ ପୁତିନଙ୍କ ପ୍ରତି ଅପତ୍ତିଜନକ ମନ୍ତବ୍ୟରୁ ଆରମ୍ଭ ହେଇଥିଲା । ତାର ମୁଖ୍ୟ କାରଣ ଥିଲା ଆମେରିକା ରାଷ୍ଟ୍ରପତିଙ୍କ ରୁଷ ୟୁକ୍ରେନ ଯୁଦ୍ଧରେ ହସ୍ତକ୍ଷେପ ଓ ଯୁଦ୍ଧବିରତି ପାଇଁ ଆହ୍ୱାନ । କିନ୍ତୁ ବାରମ୍ବାର ପୁତିନ ଏପ୍ରସ୍ତାବକୁ ଅଗ୍ରାହ୍ୟ କରିଆସୁଛନ୍ତି ।
ପୁତିନଙ୍କ ଉପରେ ଟ୍ରମ୍ପଙ୍କ ଆକ୍ରଶ
"ଭ୍ଲାଦିମିର ପୁଟିନ ବୁଝିପାରୁନାହାଁନ୍ତି ଯଦି ମୁଁ ନଥାଆନ୍ତି ତେବେ ରୁଷର ପରିସ୍ଥିତି ବହୁତ ଖରାପ ହୋଇଥାନ୍ତା , ମୁଁ କହି ରଖିବାକୁ ଚାହୁଁଛି ଯେ ପ୍ରକୃତରେ ଖରାପ ପଦକ୍ଷେପ ନେଉଛନ୍ତି । ରୁଷ ଧ୍ୱଂସ ହୋଇଯାଇ ପାରେ ! ସେ ନିଆଁ ସହିତ ଖେଳୁଛନ୍ତି! " ଟ୍ରମ୍ପ ମଙ୍ଗଳବାର ଦିନ ଟ୍ରୁଥ୍ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରିଥିଲେ ।
ମଙ୍ଗଳବାର ଦିନ, ରୁଷୀୟ ସେନା ମଧ୍ୟ ୟୁକ୍ରେନର ଉତ୍ତର ପୂର୍ବ ସୁମି ଅଞ୍ଚଳର ଏକ ଅଂଶକୁ କବଜା କରିଥିଲା । ଗତ ସପ୍ତାହ ରୁଷର ଡ୍ରୋନ୍ ଆକ୍ରମଣରେ ୟୁକ୍ରେନର କିଭରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନ ପରେ ପୁଟିନ ସମ୍ପୂର୍ଣ୍ଣ ପାଗଳାମୀ କରୁଛନ୍ତି ବୋଲି ଟ୍ରମ୍ପ କୋଠର ମନ୍ତବ୍ୟ ଦେଇଥିଲେ ।
"ମୋର ସବୁବେଳେ ରୁଷର ଭ୍ଲାଦିମିର ପୁଟିନଙ୍କ ସହିତ ବହୁତ ଭଲ ସମ୍ପର୍କ ରହିଛି, କିନ୍ତୁ ତାଙ୍କ ସହିତ କିଛି ଘଟିଛି । ସେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛନ୍ତି! " ଟ୍ରମ୍ପ ରବିବାର ଦିନ କହିଥିଲେ । ଏହି କଠୋର ସମାଲୋଚନାର ଧାରା ଟ୍ରମ୍ପ ପ୍ରଶାସନର ରୁଷ ପ୍ରତି ଦୃଷ୍ଟିକୋଣର ଝଲକ ଦେଖାଉଛି ।
ୟୁକ୍ରେନ, ତାର ୟୁରୋପୀୟ ସହଯୋଗୀ ଏବଂ ଆମେରିକା ପୁଟିନଙ୍କୁ ଅତି କମରେ ୩୦ଦିନ ପାଇଁ ତୁରନ୍ତ ଏବଂ ନିଃସର୍ତ୍ତ ଯୁଦ୍ଧବିରତି ଗ୍ରହଣ କରିବାକୁ ଅନୁରୋଧ କରିଛି ।