କନକବ୍ୟୁରୋ: ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୋଲିସର ଚଢାଉ । ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୋଲିସ ଚଢାଉ କରିଛି । ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ।

Advertisment

ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହାକୁ ନେଇ ସେଲୁନ୍ ଓ ସ୍ପା ବାହାରେ କିଛି ସମୟ ପାଇଁ ଉତ୍ତେଜନା ଦେଇଖାଦେଇଥିଲା । ତେବେ କାହିଁକି ପୋଲିସ ଚଢାଉ କଲା, ସେନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ ।