ଅମର ଶତପଥୀଙ୍କ ବଡ ବୟାନ ; କହିଲେ, ଆଗକୁ ରାଜନୀତିରେ ଘଟିବ ବଡ ଘଟଣା

ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ବଡ଼ ବୟାନ । କହିଲେ ଆଗାମୀ ଦିନରେ ରାଜ୍ୟରେ ଘଟିବ ବଡ଼ ରାଜନୈତିକ ଘଟଣା । ବିଜେଡି ଛାଡିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବିଭିନ୍ନ ବ୍ୟକ୍ତିଙ୍କ ସହ ଚାଲିଛି ଆଲୋଚନା । ଖୁବଶୀଘ୍ର ରାଜନୈତିକ ଭବିଷ୍ୟତ ଉପରୁ ହଟିବ ପରଦା ।

a))))

କନକ ବ୍ୟୁରୋ: ଆଗାମୀ  ଦିନରେ ରାଜ୍ୟରେ ବଡ଼ ରାଜନୈତିକ ଘଟଣା ଘଟିବ। ଏହା କହିଛନ୍ତି  ପୂର୍ବତନ ବିଧାୟକ ଅମର ଶତପଥୀ । ବର୍ତ୍ତମାନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ସହ ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା ଚାଲିଛି ।  ଖୁବଶୀଘ୍ର ତାଙ୍କର  ରାଜନୈତିକ କାରିଅର ଉପରୁ ପରଦା ହଟିବ ବୋଲି କହିଛନ୍ତି ଅମର ଶତପଥୀ ।  

ବଡଚଣାରୁ ବିଧାୟକ ଥିଲେ ଅମର ଶତପଥୀ ,  କିନ୍ତୁ ୨୦୨୦୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା ।  ଅମର ଶତପଥୀଙ୍କ ବଦଳରେ  ବିଜେଡି ବର୍ଷା ପ୍ରିୟଦର୍ଶିନଙ୍କୁ ଟିକେଟ  ଦେଇଥିଲା । କିନ୍ତୁ ସେ ହାରିଯାଇଥିଲେ । ଏହାପରେ ବିଜେଡିରୁ ନିଜକୁ ଦୂରେଇ ନେଇଛନ୍ତି ଅମର ଶତପଥୀ ।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe