କନକ ବ୍ୟୁରୋ: ଆଗାମୀ ଦିନରେ ରାଜ୍ୟରେ ବଡ଼ ରାଜନୈତିକ ଘଟଣା ଘଟିବ। ଏହା କହିଛନ୍ତି ପୂର୍ବତନ ବିଧାୟକ ଅମର ଶତପଥୀ । ବର୍ତ୍ତମାନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ସହ ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ତାଙ୍କର ରାଜନୈତିକ କାରିଅର ଉପରୁ ପରଦା ହଟିବ ବୋଲି କହିଛନ୍ତି ଅମର ଶତପଥୀ ।
ବଡଚଣାରୁ ବିଧାୟକ ଥିଲେ ଅମର ଶତପଥୀ , କିନ୍ତୁ ୨୦୨୦୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ଅମର ଶତପଥୀଙ୍କ ବଦଳରେ ବିଜେଡି ବର୍ଷା ପ୍ରିୟଦର୍ଶିନଙ୍କୁ ଟିକେଟ ଦେଇଥିଲା । କିନ୍ତୁ ସେ ହାରିଯାଇଥିଲେ । ଏହାପରେ ବିଜେଡିରୁ ନିଜକୁ ଦୂରେଇ ନେଇଛନ୍ତି ଅମର ଶତପଥୀ ।