କନକ ବ୍ୟୁରୋ : ଲକ୍ଷ୍ନୌ ଜେଲରେ ଥିବା ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶ ସରକାରର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ମରଣାନ୍ତକ ଆକ୍ରମଣ କରାଯାଇଛି । ଏଥିରେ ସେ ଗୁରୁତର ହୋଇପଡ଼ିଛନ୍ତି । ତାଙ୍କ ଶରୀରରେ ୧୦ ରୁ ଅଧିକ ଷ୍ଟିଚ୍ ପଡ଼ିଛି । ଏହାକୁ ନେଇ ଜେଲ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । 

Advertisment

ଏନେଇ ସମାଜବାଦୀ ପାର୍ଟିର ପ୍ରବକ୍ତା ପଖରୁଲ ହସନ ଚାନ୍ଦ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି, ଜେଲରେ ଥିବା ଗାୟତ୍ରୀ ପ୍ରଜାପତିଙ୍କ ଉପରେ ଆକ୍ରମଣ ଉତ୍ତରପ୍ରଦେଶ ଆଇନଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି । କହିରଖୁ କି ଗାୟତ୍ରୀ ପ୍ରଜାପତି ଏକ ଗଣଦୁଷ୍କର୍ମ ମାମଲାରେ ୨୦୧୭ ମସିହାରୁ ଜେଲରେ ଅଛନ୍ତି । 

ଲକ୍ଷ୍ନୌ ଜେଲରେ ଥିବା ପ୍ରଜାପତିଙ୍କର ସଫେଇ କର୍ମଚାରୀଙ୍କ ସହ ବିବାଦ ହୋଇଥିଲା । ଏହାପରେ କିଛି କଏଦୀ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ । ସେପଟେ ଗାୟତ୍ରୀ ପ୍ରଜାପତିଙ୍କ ପୁଅ ଅନୁରାଗ ପ୍ରଜାପତି ଏହି ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।