କନକ ବ୍ୟୁରୋ ; ଗତ ଫେବ୍ରୁଆରୀ ୭ ତାରିଖରେ କୁଖ୍ୟାତ ମାଓ ଦମ୍ପତି ନିଖିଳ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ। ତେବେ ମାଓ ସଂଗଠନରୁ ଆତ୍ମସର୍ମପଣ କରିଥିବା ରଶ୍ମିତା ଓରଫ୍ ଇନ୍ଦୁ ଥିଲେ ଜଣେ ଉଚ୍ଚଶିକ୍ଷିତା। ଆସନ୍ତୁ ଜାଣିବା ତାଙ୍କ କାହାଣୀ।
ଏ ନିକଟରେ ରାୟଗଡ଼ାରେ ପୁଲିସ୍ ପାଖରେ ଆତ୍ମସମର୍ପଣ କରିଥିବା ରଶ୍ମିତାଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ପରିବାର ଲୋକ। ପିଲା ଦିନୁ ଭଲ ପାଠ ପଢ଼ୁଥିବାରୁ ଝିଅ ବଡ଼ ଚାକିରୀ କରିବ, ପରିବାରର ଦୁଃଖ ଦୂର ହେବ। ସେଥିପାଇଁ ପେଟରୁ କାଟି ଝିଅକୁ ରେଭେନ୍ସା ଭଳି ବିଶ୍ବ ବିଦ୍ୟାଳୟରେ ପଢ଼ାଉଥିଲେ। କିନ୍ତୁ ହଠାତ ଗାଏବ ହୋଇଗଲେ ରଶ୍ମିତା। ମରିଗଲା ପରିବାରର ସ୍ବପ୍ନ। ଜଙ୍ଗଲ ଭିତରେ ମାଓ ସଂଗଠନରେ ସକ୍ରିୟ ହୋଇଗଲେ ରଶ୍ମିତା। ସେବେଠୁ ଝିଅକୁ ପର କରିଦେଇଥିଲେ ଭାଇ ଓ ମା’। ଟାଙ୍ଗି ଥାନା ରସିକନଗର ଗାଁର ରଶ୍ମିତା ଥିଲେ ଜଣେ ମେଧାବୀ ଛାତ୍ରୀ ଓ ପରୋପକାରୀ ଯୁବତୀ। ନିଜେ ପାଠ ପଢ଼ିବା ସହ ଗାଁରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଥିଲେ। ଜୀବନକୁ ନେଇ ଉଚ୍ଚ ଆକାଂକ୍ଷା ରଖିଥିବା ଜଣେ ଯୁବତୀ କାହିଁକି ଲାଲ୍ ସଂଗଠନକୁ ବାଛିଲେ ସେ ସମ୍ପର୍କରେ ଅଜ୍ଞ ସମ୍ପର୍କୀୟ ଓ ଗାଁ ଲୋକ। ରଶ୍ମିତା ଏବେ ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଛନ୍ତି। ଯାହାକୁ ନେଇ ଖୁସି ଅଛନ୍ତି ତାଙ୍କ ଶିକ୍ଷକ କିନ୍ତୁ ଆଜିବି ଶାନ୍ତ ହୋଇନି ପରିବାରର କ୍ଷୋଭ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/16a-2026-02-11-18-49-31.jpg)