କନକ ବ୍ୟୁରୋ : ଅବସର ପରେ ସରକାରୀ ପଦ ଗ୍ରହଣ ଅନୁଚିତ । ଖାଲି ପଦ ଗ୍ରହଣ ନୁହେଁ ବରଂ ନିର୍ବାଚନ ଲଢ଼ିବା ଅନୁଚିତ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ଆର୍‌ ଗୱାଇ ଏହା କହିଛନ୍ତି । ଏଭଳି ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା ସୃଷ୍ଟି କରିବା ସହ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମାଇ ଦେଉଛି ବୋଲି ସେ ସତର୍କ କରାଇଛନ୍ତି ।

Advertisment

ମଙ୍ଗଳବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସ୍ୱାଧୀନତା ଉପରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ରାଉଣ୍ଡଟେବୁଲ୍‌ ସମ୍ମିଳନୀରେ ପ୍ରଧାନ ବିଚାରପତି ଯୋଗଦେଇ ଏପରି କହିଛନ୍ତି । ସେ କହିଛନ୍ତି, ଯଦି କୌଣସି ବିଚାରପତି ଅବସର ନେବା ପରେ ତୁରନ୍ତ ଆଉ ଏକ ସରକାରୀ ପଦବି ଗ୍ରହଣ କରନ୍ତି କିମ୍ବା ନିର୍ବାଚନ ଲଢ଼ିବା ପାଇଁ ଖଣ୍ଡପୀଠରୁ ଇସ୍ତଫା ଦିଅନ୍ତି, ତେବେ ଏହା ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା ସୃଷ୍ଟି କରିଥାଏ । ଏପରିକି ସେ ଓ ତାଙ୍କର ଅନେକ ସହଯୋଗୀ ସରକାରଙ୍କଠାରୁ ଅବସର ପରବର୍ତ୍ତୀ କୌଣସି ଭୂମିକା ବା ପଦବି ଗ୍ରହଣ କରିବେ ନାହିଁ ବୋଲି ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ।