ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ନେଲେ ପୂର୍ବତନ ଆଇଏଏସ୍ ମନୋଜ ପରିଡ଼ା

Advertisment

ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମନୋଜ ପରିଡାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମନୋଜ ପରିଡାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Manoj Parida

Photograph: (KANAK NEWS)

କନକ ବ୍ୟୁରୋ : ମନୋଜ କୁମାର ପରିଡ଼ା ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ଆଜି ମୁଖ୍ୟ ସୂଚନା ଆୟୁକ୍ତ ଭାବେ ପୂର୍ବତନ IAS ଅଧିକାରୀ ମନୋଜ କୁମାର ପରିଡ଼ା ରାଜଭବନ ଠାରେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମନୋଜ ପରିଡାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହା ସହିତ ପୂର୍ବତନ IPS ପ୍ରଣବନ୍ଧୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସର ପ୍ରାପ୍ତ IAS ପବିତ୍ର ମଣ୍ଡଳ ସୂଚନା ଆୟୁକ୍ତ ଭାବେ ଶପଥ ନେଇଛନ୍ତି । ଏହି ଉତ୍ସବରେ  ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦେବ ପ୍ରସାଦ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe