ଅହମଦାବାଦ ବିମାନ ଦୁର୍ଘଟଣା : ଆଜି ହେବ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର

ପାର୍ଥିବ ଶରୀରକୁ ଚାଟାର୍ଡ଼ ବିମାନରେ ରାଜକୋଟ ନିଆଯିବ। ସେଠାରେ ଦିନ ୩ ଟାରେ ଶେଷକୃତ୍ୟ କରାଯିବ । ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ । 

vijay Rupani

vijay Rupani Photograph: (google)

କନକ ବ୍ୟୁରୋ : ଆଜି ହେବ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅନ୍ତିମ ସଂସ୍କାର । ତାଙ୍କ ପାର୍ଥିବ ଶରୀରକୁ ଚାଟାର୍ଡ଼ ବିମାନରେ ରାଜକୋଟ ନିଆଯିବ । ସେଠାରେ ଦିନ ୩ ଟାରେ ଶେଷକୃତ୍ୟ କରାଯିବ । ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ । 

rupani
rupani Photograph: (google)

ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫୦ ମୃତଦେହର ଡିଏନଏ ଟେଷ୍ଟ କରାଯାଇଥିବା ବେଳେ ୮୦ଟି ମୃତଦେହର ପରିଚୟ ମିଳିପାରିଛି । ୩୩ ଜଣଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଡିଏନଏ ରିପୋର୍ଟ ମ୍ୟାଚ୍‌ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ବାସଭବନକୁ ଯାଇ ଡିଏନଏ ରିପୋର୍ଟ ମେଳ ଖାଇଥିବା ତାଙ୍କ ପରିବାରକୁ ଜଣାଇଥିଲେ । ରାଜକୋଟରେ ଅନ୍ତିମ ସଂସ୍କାର ପାଇଁ ରାଜ୍ୟ ସରକାର ପରିବାରକୁ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe