କନକ ବ୍ୟୁରୋ: ବିଜେପିରେ ମିଶିବା ପରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଡ ବୟାନ । କହିଲେ, ରାଜ୍ୟପାଳ ପଦବୀକୁ ସମସ୍ତେ ଲାଟସାହେବ ପଦ ବୋଲି ସମସ୍ତେ ଭାବନ୍ତି । କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ମୁଁ ଏହି ଚିନ୍ତାଧାରାକୁ ଭାଙ୍ଗିଲି । ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି । ରାଜ୍ୟପାଳ ଲାଟ ସାହାବ ନୁହଁନ୍ତି,  ରାଜ୍ୟପାଳ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ । ରାଜନୀତିକୁ ଫେରିବା ପରେ ପ୍ରତିକ୍ରିୟା ଦେଇ କିଛି ଏଭଳି କହିଛନ୍ତି ରଘୁବର ଦାସ । 

Advertisment

ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ରଘୁବର ଦାସ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । ୨୦୨୦ ବିଧାନସଭା ନିର୍ବାଚନ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ଓହରି ଯାଇଥିଲେ । ସେହି ବର୍ଷ ରଘୁବରଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ନେଇ ଦିଲ୍ଲୀ ଡକାଯାଇଥିଲା । ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇ ଭୁବନେଶ୍ୱର ପଠାଯାଇଥିଲା । ରଘୁବର ୨୦୨୪ ମଧ୍ୟଭାଗରେ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଶେଷରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରୁ ଦୂରେଇ ରହିଥିଲେ । ଉଭୟ ନିର୍ବାଚନରେ ବିଜେପିକୁ ବଡ଼ କ୍ଷତି ସହିବାକୁ ପଡ଼ିଥିଲା । ଲୋକସଭା ନିର୍ବାଚନରେ ବିଜେପି ୩ଟି ଓ ବିଧାନସଭା ନିର୍ବାଚନରେ ୫ଟି ଆସନ ହରାଇଥିଲା । ଏହା ପରେ ବିଜେପି ହାଇକମାଣ୍ଡ ପୁଣି ତାଙ୍କୁ ଝାଡ଼ଖଣ୍ଡକୁ ପଠାଇଛନ୍ତି । ଝାଡଖଣ୍ଡ ବିଜେପିକୁ ସଜାଡ଼ିବାକୁ ଦଳ ପୁଣି ତାଙ୍କ ଉପରେ ଭରସା କରିଛି ।