ଫେଲ ମାରିଛି ଭାରତର ଗଣତନ୍ତ୍ର ! ସ୍ବାଧୀନତାର ୭୭ ବର୍ଷ ପରେ ବି ୫୦ ପ୍ରତିଶତ ଲୋକ ଅଶିକ୍ଷିତ : ଜଷ୍ଟିସ ଭି. ଗୋପାଳ ଗୌଡା

ଆଇସିୟୁରେ ଭାରତରେ ଗଣତନ୍ତ୍ର । ଫେଲ ମାରିଛି ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ । ଓଡିଶା ହାଇକୋର୍ଟର ପୁର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡାଙ୍କ ବୟାନକୁ ନେଇ ଚର୍ଚ୍ଚା । କହିଲେ ସ୍ୱାଧିନତାର ୭୭ ବର୍ଷ ପରେ ମଧ୍ୟ ଦେଶର ୫୦ ପ୍ରତିଶତ ଜନତା ଅଶିକ୍ଷିତ ।

05ଠଝଟ

କନକ ବ୍ୟୁରୋ: ଭାରତରେ ଗଣତନ୍ତ୍ର ଏବେ ଆଇସିୟୁରେ । ଫେଲ ମାରିଛି ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ । ମାଲକାନଗିରିରେ ଅଲ ଓଡିଶା ଲୟର୍ସ ଆସୋସିଏଶନର ୫୩ତମ ବାର୍ଷୀକ ଉତ୍ସବରେ ଯୋଗ ଦେଇ ଏପରି ମନ୍ତବ୍ୟ ରଖିଛନ୍ତି ଓଡିଶା ହାଇକୋର୍ଟର ପୁର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମ କୋର୍ଟର ପୁର୍ବତନ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡା । 
 
ସେ କହିଛନ୍ତି, ଦେଶର ୭୭ ବର୍ଷର ସ୍ୱାଧିନତା ପରେ ମଧ୍ୟ ଦେଶର ୫୦ ପ୍ରତିଶତ ଜନତା ଏବେ ବି ଅଶିକ୍ଷିତ । ଲୋକେ ଏବେ ବି ଗଣତନ୍ତ୍ର କ’ଣ ଜାଣି ନାହାନ୍ତି, ଲୋକେ ଆଇନ ବ୍ୟବସ୍ଥା ବିଷୟରେ ଅବଗତ ନାହାନ୍ତି । କୋରାପୁଟ ଓ ମାଲକାନଗିରି ଜିଲ୍ଲା ଆଜି ବି ପଛୁଆ । ଲୋକେ ଏବେ ବି ଖାଦ୍ୟ ଅଭାବରୁ ପ୍ରାଣ ହରାଉଛନ୍ତି । ୭୭ ବର୍ଷର ସ୍ୱାଧିନ ଭାରତରେ ଏହା କ’ଣ ଆଶା କରାଯାଏ ବୋଲି ପ୍ରଶ୍ନ କରି ଏ ଦିଗରେ ସଂସ୍କାର ଆଣିବା ଲାଗି ଓକିଲ ମାନଙ୍କୁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଜଷ୍ଟିସ ଭି. ଗୋପାଳ ଗୌଡା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe