କନକ ବ୍ୟୁରୋ: ଭାରତରେ ଗଣତନ୍ତ୍ର ଏବେ ଆଇସିୟୁରେ । ଫେଲ ମାରିଛି ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ । ମାଲକାନଗିରିରେ ଅଲ ଓଡିଶା ଲୟର୍ସ ଆସୋସିଏଶନର ୫୩ତମ ବାର୍ଷୀକ ଉତ୍ସବରେ ଯୋଗ ଦେଇ ଏପରି ମନ୍ତବ୍ୟ ରଖିଛନ୍ତି ଓଡିଶା ହାଇକୋର୍ଟର ପୁର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମ କୋର୍ଟର ପୁର୍ବତନ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡା ।
ସେ କହିଛନ୍ତି, ଦେଶର ୭୭ ବର୍ଷର ସ୍ୱାଧିନତା ପରେ ମଧ୍ୟ ଦେଶର ୫୦ ପ୍ରତିଶତ ଜନତା ଏବେ ବି ଅଶିକ୍ଷିତ । ଲୋକେ ଏବେ ବି ଗଣତନ୍ତ୍ର କ’ଣ ଜାଣି ନାହାନ୍ତି, ଲୋକେ ଆଇନ ବ୍ୟବସ୍ଥା ବିଷୟରେ ଅବଗତ ନାହାନ୍ତି । କୋରାପୁଟ ଓ ମାଲକାନଗିରି ଜିଲ୍ଲା ଆଜି ବି ପଛୁଆ । ଲୋକେ ଏବେ ବି ଖାଦ୍ୟ ଅଭାବରୁ ପ୍ରାଣ ହରାଉଛନ୍ତି । ୭୭ ବର୍ଷର ସ୍ୱାଧିନ ଭାରତରେ ଏହା କ’ଣ ଆଶା କରାଯାଏ ବୋଲି ପ୍ରଶ୍ନ କରି ଏ ଦିଗରେ ସଂସ୍କାର ଆଣିବା ଲାଗି ଓକିଲ ମାନଙ୍କୁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଜଷ୍ଟିସ ଭି. ଗୋପାଳ ଗୌଡା ।
ଫେଲ ମାରିଛି ଭାରତର ଗଣତନ୍ତ୍ର ! ସ୍ବାଧୀନତାର ୭୭ ବର୍ଷ ପରେ ବି ୫୦ ପ୍ରତିଶତ ଲୋକ ଅଶିକ୍ଷିତ : ଜଷ୍ଟିସ ଭି. ଗୋପାଳ ଗୌଡା
ଆଇସିୟୁରେ ଭାରତରେ ଗଣତନ୍ତ୍ର । ଫେଲ ମାରିଛି ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ । ଓଡିଶା ହାଇକୋର୍ଟର ପୁର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡାଙ୍କ ବୟାନକୁ ନେଇ ଚର୍ଚ୍ଚା । କହିଲେ ସ୍ୱାଧିନତାର ୭୭ ବର୍ଷ ପରେ ମଧ୍ୟ ଦେଶର ୫୦ ପ୍ରତିଶତ ଜନତା ଅଶିକ୍ଷିତ ।
/kanak/media/media_files/2024/12/30/Mgj0KArUiJwNSuPhQle7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)