କନକ ବ୍ୟୁରୋ : କୋଲକାତା ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ। ଦୁର୍ନୀତି ମାମଲାରେ ସନ୍ଦୀଙ୍କୁ ଗିରଫ କରିଛି ସିବିଆଇ। ୧୫ରୁ ଅଧିକ ଦିନ ଧରି ପଚରାଉଚରା ପରେ ସନ୍ଦୀପଙ୍କୁ ବାନ୍ଧିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଗତ ଅଗଷ୍ଟ ୯ ତାରିଖରେ ମେଡିକାଲ କଲେଜର ସେମିନାର ହଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ ପରେ ସନ୍ଦୀପଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଯାହା ପରେ ଅଗଷ୍ଟ ୧୬ ତାରିଖରୁ ସନ୍ଦୀପଙ୍କୁ ପଚରାଉଚରା ଜାରି ରହିଥିଲା। ସନ୍ଦୀପ ଓ ଅଭିଯୁକ୍ତ ସଞ୍ଜୟ ସମେତ ମୋଟ ୧୦ଜଣଙ୍କର ଫଲିଗ୍ରାଫ ଟେଷ୍ଟ କରାଯଇଛି। ଏହାସହ ସନ୍ଦୀପଙ୍କ ନିକଟତରଙ୍କ ୧୫ଜଣଙ୍କ ଠିକଣା ଉପରେ ଚଢ଼ାଉ କରିଥିଲା ସିବିଆଇ। ଚଢ଼ାଉ ବେଳେ ଅନେକ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା। ସିବିଆଇ ସହ ଇଡି ମଧ୍ୟ ଏହାର କରୁଥିଲା। ତଦନ୍ତକାରୀ ଏଜେନ୍ସି ମନି ଲଣ୍ଡରିଂ ମାମଲାରେ ଯାଞ୍ଚ କରୁଥିଲା। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ହେଉ କିମ୍ବା ଆରଜି କର ମେଡିକାଲରେ ହୋଇଥିବା ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଭୂମିକାକୁ ନେଇ ଲଗାତର ପ୍ରଶ୍ନ ଉଠୁଥିଲା। ଆଉ ଶେଷରେ ସନ୍ଦୀପଙ୍କୁ ଗିରଫ କରିଛି ସିବିଆଇ।
କୋଲକତା ଆର.ଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ । ଦୁର୍ନୀତି ମାମଲାରେ ବାନ୍ଧିଲା ସିବିଆଇ
ଗତ ଅଗଷ୍ଟ ୯ ତାରିଖରେ ମେଡିକାଲ କଲେଜର ସେମିନାର ହଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ ପରେ ସନ୍ଦୀପଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଯାହା ପରେ ଅଗଷ୍ଟ ୧୬ ତାରିଖରୁ ସନ୍ଦୀପଙ୍କୁ ପଚରାଉଚରା ଜାରି ରହିଥିଲା।
/kanak/media/media_files/37NmQbnXB5b5ihUczkoy.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)