ବାସନ୍ଦ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପରିବାର ; ଘର ଆଗରେ ମାରଣାସ୍ତ୍ର ଧରି ଜଗିଛନ୍ତି ବିରୋଧୀ

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁରେ ବୁଲିଲା ଖଣ୍ଡା । ପୁରୀ ଓଗାଳପୁର ଗାଁରେ ପୂର୍ବ ଶତ୍ରୁତାରୁ ସୁଶାନ୍ତ ରାଉତରାୟଙ୍କ ପରିବାରକୁ ୮ ମାସ ହେଲା କରାଯାଇଛି ସାମାଜିକ ବାସନ୍ଦ । ଘର ସାମନାରେ ଖଣ୍ଡା, ଭୁଜାଲି, ଭଳି ମାରଣାସ୍ତ୍ର ଧରି ଜଗି ବସିଥିବା ନେଇ ଅଭିଯୋଗ ।

3111111y

କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁରେ ବୁଲିଲା ଖଣ୍ଡା। ପୁରୀ ଜିଲ୍ଲା କଣାସ ବ୍ଳକର ଓଗାଳପୁର ଗାଁର ଏହି ଭିଜୁଆଲ ମୋବାଇଲ କ୍ୟାମେରାରେ କଏଦ ହୋଇଛି। ପୂର୍ବ ଶତ୍ରୁତାରୁ ସୁଶାନ୍ତ ରାଉତରାୟ ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ ଗ୍ରାମବାସୀ ୮ ମାସ ଧରି ସାମାଜିକ ବାସନ୍ଦ କରି ରଖିଥିବା ଅଭିଯୋଗ ହୋଇଛି । ଏବେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ସୁଶାନ୍ତ । 

ଏପରିକି ତାଙ୍କ ଘର ସାମନାରେ ଖଣ୍ଡା, ଭୁଜାଲି , ଲୁହାରଡ଼ ଭଳି ମାରଣାସ୍ତ୍ର ଧରି ଜଗି ବସିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଘରୁ ବିଦ୍ୟୁତ ସଂଯୋଗ କାଟିବା ସହ ପାଣିପାଇପ ବି ବିଚ୍ଛିନ୍ନ କରିଦେଇଛନ୍ତି ଗାଁଲୋକେ। ସୁଶାନ୍ତଙ୍କ ବାପା ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ହୋଇଥିବା ବେଳେ ତାଙ୍କୁ ବି ଗୃହବନ୍ଦୀ କରି ରଖାଯାଇଥିବା  ଅଭିଯୋଗ ଆସିଛି । ଏନେଇ ଥାନାରେ ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହୋଇପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe