କନକ ବ୍ୟୁରୋ: ନୂଆ ଷ୍ଟାଡିୟମ୍ ନିର୍ମାଣ ହେବ । ଦୀର୍ଘ ୮୦ ବର୍ଷ ହେଲା ବାସ କରୁଥିବା ସାହିବାସୀଙ୍କୁ ଉଠିବା ପାଇଁ ଆସିଛି ଉଚ୍ଛେଦ ନୋଟିସ୍ । ଅନେକଙ୍କ ଘର ବାଡ଼ି ପଟ୍ଟା ବି ରହିଛି । ସରକାର ସମସ୍ତ ସୁବିଧା ବି ଯୋଗାଇ ଦେଇଛନ୍ତି । ଆସିକା ବ୍ଲକ କାଳଷଣ୍ଢପୁର ପଞ୍ଚାୟତର ୧୬ ନମ୍ବର ଓାର୍ଡ୍ର ଏରୋଗୋଲା ସାହିରେ ଦୀର୍ଘ ୮୦ ବର୍ଷ ହେଲା ୪୦ରୁ ଅଧିକ ପରିବାର ବସବାସ କରିଆସୁଛନ୍ତି । ସେଠାରେ ପାନୀୟ ଜଳରୁ ନେଇ ରାସ୍ତା ଘାଟ, ସ୍କୁଲ ଓ ଆବାସ ଯୋଜନା ବି ମିଳିଛି । ହେଲେ ହଠାତ୍ ଖେଳ ପଡ଼ିଆ ସଂପ୍ରସାରଣ କରିବା ପାଇଁ ପୂରା ସାହିରେ ଥିବା ୪୦ ପରିବାରକୁ ଉଚ୍ଛେଦ ପାଇଁ ନୋଟିସ୍ ଦିଆଯାଇଛି । ଏବେ ସମସ୍ତେ କେଉଁଠି ରହିବେ ? କୁଆଡ଼େ ଯିବେ ବୋଲି ପଡ଼ିଛି ଭାଳେଣି ।
ଲୋକଙ୍କୁ ଘର ବାଡ଼ି ପଟ୍ଟା ମିଳିଛି । ବର୍ଷ ବର୍ଷ ହେଲା ଲୋକ ପରିବାର ସହ ରହୁଛନ୍ତି । କିଛି ଲୋକ ନୂଆ ଘର ବି ତିଆରି କରିଛନ୍ତି । ଏବେ ସମସ୍ତଙ୍କୁ ଖାଲି କରିବାକୁ ନୋଟିସ୍ ଚିନ୍ତାରେ ପକାଇଛି । ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ବି କେହି ଶୁଣିବାକୁ ନାହିଁ । କିନ୍ତୁ ଏରୋଗୋଲା ସାହି ବାସିନ୍ଦାଙ୍କ ଗୋଟିଏ ଜିଦ୍ । ମରିଯିବେ ସିନା ହେଲେ ଜାଗା ଛାଡ଼ିବେନି । ଘରଦ୍ବାର କରି ୮୦ ବର୍ଷ ହେଲା ରହୁଥିବା ୪୦ ପରିବାର ପ୍ରତି ଗୁରୁତ୍ବ ଦିଆଯାଇ ସମସ୍ତଙ୍କ ସୁବିଧା କରାଯାଇ ପାରିଲେ ଏହି ପରିବାରଗୁଡ଼ିକ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/20/LnrEQtCZtQkeyU8M3VYU.jpg)