ଜବରଦଖଲ ଉଚ୍ଛେଦ ପରେ ଖୋଲା ଆକାଶ ତଳେ ପରିବାର , ଶୀତ କାକରରେ ବିତିଲା ରାତି

Advertisment

ଖୋଲା ଆକାଶ ତଳେ ଶୀତ, କାକରରେ ରାତି ବିତାଇଲେ ପୀଡ଼ିତ ପରିବାର । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉଛେଦ କାର୍ଯ୍ୟ ଚାଲିଥିବା  ପରେ ମଙ୍ଗଳବାର ରାତିରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।

ଖୋଲା ଆକାଶ ତଳେ ଶୀତ, କାକରରେ ରାତି ବିତାଇଲେ ପୀଡ଼ିତ ପରିବାର । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉଛେଦ କାର୍ଯ୍ୟ ଚାଲିଥିବା  ପରେ ମଙ୍ଗଳବାର ରାତିରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।

Winter

କନକ ବ୍ୟୁରୋ : ଜବରଦଖଲ ଉଚ୍ଛେଦ ନାଁରେ ବେଘର କଲା ପ୍ରଶାସନ, ଖୋଲା ଆକାଶ ତଳେ ଶୀତ, କାକରରେ ରାତି ବିତାଇଲେ ପୀଡ଼ିତ ପରିବାର । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉଛେଦ କାର୍ଯ୍ୟ ଚାଲିଥିବା  ପରେ ମଙ୍ଗଳବାର ରାତିରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର । କ୍ଷତିଗ୍ରସ୍ତ ପରିବାର ବର୍ଷ ବର୍ଷ ଧରି ଯେଉଁ ଘରେ ରହି ଆସୁଥିଲେ ସେଇ ଘରକୁ ଏବେ ଭାଙ୍ଗି ଦିଆଯାଇଛି ।

କୌଣସି ଥଇଥାନ ବ୍ୟବସ୍ଥା ନଥିବା ବେଳେ ତମାମ ଆସବାବପତ୍ର ସହ ଖୋଲା ଆକଶ ତଳେ ପଡ଼ିରହିଛନ୍ତି ଗରିବ ପରିବାର ।  କେଉଁଠି ମାଆ, ବାପା ଛୋଟ ପିଲାକୁ ନେଇ ସାରା ରାତି ଉଜାଗର ରହିଛନ୍ତି ତ ଆଉ କେଉଁଠି ବୁଢ଼ୀ ମା ଭୋକ ଉପାସରେ ନିଜ ପୁଅ ଆସିବା ଅପେକ୍ଷାରେ ବସି ରହିଛନ୍ତି । ରାତି ସାରା ନିଜ ଜୀବନର ସମସ୍ତ ସମ୍ପତ୍ତିକୁ ସାଇତି ରଖିବା ଥିଲା ସେମାନଙ୍କର ଏକମାତ୍ର ଚେଷ୍ଟା ।

ଅଧିକ ପଢନ୍ତୁ : ଘର ଭାଙ୍ଗିଦେଲା ପ୍ରଶାସନ ; ଶୀତ କାକରରେ ଖୋଲା ଆକାଶ ତଳେ ଜୀବନ କଟାଉଛନ୍ତି ଲୋକେ

ଦିନ ବେଳେ ଉଛେଦ ସମୟରେ ଉପସ୍ଥିତ ରହିଥିବା ପୋଲିସ ପ୍ରଶାସନ ଓ ବଡ଼ ବଡ଼ ଅଧିକାରୀମାନେ ରାତି ହେବା ପରେ ନିଜ ନିଜ ଘରକୁ ଚାଲିଯାଇଥିବା ବେଳେ ଏମାନଙ୍କ କଥା କିଏ ବା ପଚାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe