କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ବାଂଲାଦେଶ ଟେଷ୍ଟ ସିରିଜ । ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ଏମ ଏ.ଚିଦାମ୍ବରମ ଷ୍ଟାଡିୟମରେ । ମ୍ୟାଚ୍ ପୂର୍ବରୁ ପ୍ରେସମିଟ କରିଥିଲେ ଭାରତୀୟ ଅଧିନାୟମ ରୋହିତ ଶର୍ମା । ପାକିସ୍ତାନକୁ ଟେଷ୍ଟରେ ୨-୦ରେ ପରାସ୍ତ କରିବା ପରେ ବାଲାଂ ଅଧିନାୟକ ଭାରତ ବିପକ୍ଷରେ ଏକ ବଡ କମେଣ୍ଟ କରିଥିଲେ । ବାଂଲାଦେଶର ଅଧିନାୟକଙ୍କ ପ୍ରେସମିଟ ପରେ ଜବାବ ରଖିଛନ୍ତି ରୋହିତ । ରୋହିତ କହିଛନ୍ତି ସବୁ ଦଳ ଭାରତକୁ ହରାଇବାକୁ ଚାହାଁନ୍ତି । ସେମାନଙ୍କୁ ଭାରତକୁ ହରାଇବାରେ ମଜା ଆସିଥାଏ । ସେମାନଙ୍କୁ ମଜା ନେବାକୁ ଦିଆଯାଉ । ଆମେ ସେମାନଙ୍କୁ କେମିତି ହରାଇବୁ ,ତା ଉପରେ ଫୋକସ କରିବୁ । ଆମକୁ ମ୍ୟାଚ ଜିତିବାର ଅଛି ଓ ସେଥିପାଇଁ ଆମେ ଏଠାକୁ ଆସିଛୁ । ବାଂଲାଦେଶ କଣ ଭାବୁଛି ସେକଥା ଆମେ ଚିନ୍ତା କରୁନାହୁଁ ବୋଲି ରୋହିତ କହିଥିଲେ । ସୂଚନାଯୋଗ୍ୟ ଯେ, ଭାରତ ଏବେ ବିଶ୍ବଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ।