କନକ ବ୍ୟୁରୋ: ଗତ ମାସକ ଭିତରେ ଯୁଆଡ଼େ ଦେଖିବ ଖାଲି ହତ୍ୟା, ଆତ୍ମହତ୍ୟା ଓ ଦୁଷ୍କର୍ମ ଘଟଣା । ଟିକେ ଟିକେରେ ଜୀବନ ହାରିବାକୁ ନିଷ୍ପତ୍ତି ନେଉଛନ୍ତି । ସ୍ଥିତି ଏପରି ହେଲାଣି ଯେ, ଅପରାଧ ପୂରା ଉପରମୁହାଁ ହୋଇଗଲାଣି । କେବଳ ହତ୍ୟା କି ଆତ୍ମହତ୍ୟା ନୁହେଁ, ଲୁଟପାଟ୍ ବି ପୁଲିସ ପାଇଁ ଚିନ୍ତା ବଢ଼ାଇଛି । ଯାହାକୁ ନେଇ ଉଠିଲାଣି ପ୍ରଶ୍ନ, ସତରେ କ’ଣ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି କି?
ପ୍ରେମଲତା ନାୟକ । ନିଜେ ନିଜ ଦେହରେ ନିଆଁ ଲଗାଇ ଦେଲେ । ପାରବାରିକ କଳହ ଓ ଋଣ ବୋଝ ସହି ନପାରି ଏଭଳି ଚରମ ନିଷ୍ପତି ନେଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରେମଲତା ।
ଏଠି ସିନା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଛନ୍ତି ମହିଳା । ବରଗଡରେ କିନ୍ତୁ ନାବାଳିକା ଜଳିବା ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ୧୩ ବର୍ଷିୟ ନାବାଳିକାଟିକୁ କେହି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଥିବା ବେଳେ, ପୁଲିସ କହୁଛି ପାରିବାରିକ କଳିରୁ ନାବାଳିକା ଆତ୍ମହତ୍ୟା କରିଛନ୍ତି । ଯାହାକୁ ସିଧା ସିଧା ଖଣ୍ଡନ କରିଛନ୍ତି ପୀଡ଼ିତାଙ୍କ ସଂପର୍କୀୟ ।
ସେପଟେ ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଭାପୁରରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଅନୈତିକ ସମ୍ପର୍କକୁ ନେଇ ବିଧବା ମହିଳାଙ୍କ ଗଳାକାଟି ହତ୍ୟା କରାଯାଇଛି । ପାରାଦୀପରେ ମହିଳାଙ୍କୁ କାଳ ହେଲା ସୁଭଦ୍ରା ଟଙ୍କା । କୁହାଯାଉଛି ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ, ଲୁଟ ଉଦ୍ଦେଶ୍ୟରେ ବେକ କାଟି ଦେଇଛନ୍ତି ଦୁର୍ବୃତ୍ତ । ଟଙ୍କା, ସୁନା ଝାମ୍ପି ଛୁ ମାରିଛନ୍ତି ଲୁଟେରା । ଗଞ୍ଜାମ ନିମଖଣ୍ଡିରେ ମା, ଝିଅଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ । ଗଜପତି ମୋହନା ଥାନା କୁଙ୍କୁଣୀ ଗାଁରେ ସ୍ତ୍ରୀକୁ କାତିରେ ହାଣି ହତ୍ୟା କରିଛି ସୈତାନ ସ୍ୱାମୀ । ପ୍ରତିଦିନ ରାଜ୍ୟର ବିଭିନ୍ନ ଭାଗରୁ ଏଭଳି ଅପରାଧ ଖବରସବୁ ସାମ୍ନାକୁ ଆସିବାରେ ଲାଗିଛି ।
ଏଇ କିଛି ମାସ ହେବ ହତ୍ୟା, ଆତ୍ମହତ୍ୟା, ଲୁଟ୍ ପାଟ୍ ବଢିବାରେ ଲାଗିଛି । ଦେଖିଲେ ଲାଗୁଛି ଯେମିତି ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଚା ଖଟିରୁ ନେଇ ଲୋକସେବା ଭବନ ପର୍ଯନ୍ତ ଗୋଟିଏ ଚର୍ଚ୍ଚା ରାଜ୍ୟରେ ଏବେ ଚାଲିଛି କଣ? କାହିଁକି ଅପରାଧ ଉପରମୁହାଁ ହେଉଛି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/12/44-2025-08-12-19-32-47.jpg)