ଭାରତୀୟ ରେଳର ରୋଚକ କଥା । ବସ୍ ର ଚକ ବଦଳିଲା ପରି ବଦଳେ କି ଟ୍ରେନର ଚକ? କେତେ ସମୟ ପରେ ବଦଳେ ରେଳଗାଡ଼ିର ଚକ ?

Advertisment

ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ଟ୍ରେନରେ ଯିବା ଆସିବା କରନ୍ତି କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି ଏହି ଟ୍ରେନର ଚକାକୁ କେତେ ସମୟ ପରେ ବଦଳାଯାଏ? ଯଦି ଆପଣଙ୍କ ଉତ୍ତର ନା ତେବେ ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା । 

ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ଟ୍ରେନରେ ଯିବା ଆସିବା କରନ୍ତି କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି ଏହି ଟ୍ରେନର ଚକାକୁ କେତେ ସମୟ ପରେ ବଦଳାଯାଏ? ଯଦି ଆପଣଙ୍କ ଉତ୍ତର ନା ତେବେ ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା । 

6778

ରେଳଗାଡ଼ି ଛୁ କ୍ ଛୁ କ୍ ଛୁ କ୍ .. ପିଲାବେଳେ ଏ ଗୀତ ଗାଇ କେତେ ଯେ ଟ୍ରେନ୍ ଯାତ୍ରା କରିଛେ ତାହାର ଠିକଣା ନାହିଁ । ଦୁନିଆର ବଡ଼ ରେଳ ନେଟୱର୍କ ଭିତରେ ଭାରତର ନାଁ ସାମିଲ୍ ରହିଛି । ପୂର୍ବରୁ ଆରମ୍ଭ କରି ପଶ୍ଚିମ , ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ଦେଶର କୋଣଅନୁକୋଣକୁ ଲମ୍ବିଛି ଭାରତୀୟ ରେଲୱେ । ଦେଶକୁ ସଂପର୍କର ଧାରଣାରେ ଯୋଡିବାରେ ଇଣ୍ଡିଆନ୍ ରେଲୱେର ଭୂମିକା ଗୁରୁତ୍ବପୂର୍ଣ୍ଣ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରେଳଧାରଣାରେ ଛୁକ୍ ଛୁକ୍ ହେଇ ଗଡୁଛି ରେଳଗାଡ଼ି ଆଉ ଯାତ୍ରୀଙ୍କ ଯାତାୟତକୁ କରୁଛି ସୁଗମ । ଯେଉଁଥିପାଇଁ ରେଲୱେକୁ ଦେଶର ଲାଇଫଲାଇନ୍ ବୋଲି ମଧ୍ୟ କୁହାଯାଏ । ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ଟ୍ରେନରେ ଯିବା ଆସିବା କରନ୍ତି କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି ଏହି ଟ୍ରେନର ଚକାକୁ କେତେ ସମୟ ପରେ ବଦଳାଯାଏ? ଯଦି ଆପଣଙ୍କ ଉତ୍ତର ନା ତେବେ ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା । 

train railway

ଟ୍ରେନର ଚକା କେତେ ସମୟ ପରେ ବଦଳାଯିବ ଏହା ଟ୍ରେନର ଫ୍ରିକ୍ବେନ୍ସି ଉପରେ ନିର୍ଭର କରେ । ପ୍ରତିଦିନ ଉକ୍ତ ଟ୍ରେନ୍ କେତେ କିଲୋମିଟର , କେଉଁ ଜଳବାୟୁରେ ଯାତ୍ରା କରିଛି ଏବଂ କେତେ ଓଜନ ଉଠାଇ ଯାତାୟତ କରିଛି ଏ ସବୁ ଉପରେ ଧ୍ୟାନ ଦିଆଯାଏ । 

wheel

ଭାରତରେ ଯେଉଁ ପାସେଞ୍ଜର୍ ଟ୍ରେନ୍ ଚାଲେ ଏହାର ଚକକୁ ପ୍ରତି ୩ ରୁ ୪ ବର୍ଷ ଭିତରେ ପରିବର୍ତ୍ତନ କରାଯାଏ । ଏହି ଟ୍ରେନର ଚକା ପାଖାପାଖି ୭୦ ହଜାରରୁ ନେଇ ୧ ଲକ୍ଷ ମାଇଲ୍ ପର୍ଯ୍ୟନ୍ତ ଯାତ୍ରା କରିଥାଏ । 

ଅନ୍ୟପକ୍ଷରେ ମାଲଗାଡ଼ିର ଚକା ୮ ରୁ ୧୦ ବର୍ଷ ପର୍ୟ୍ୟନ୍ତ ଚାଲେ । ଯାହାର ଚକ ୨.୫୦ ଲକ୍ଷ କିଲୋମିଟରର ଯାତ୍ରା କରିଥାନ୍ତି । ଏହାଛଡ଼ା ମାଲଗାଡ଼ିର ପ୍ରତିଟି ଚକର ଯାଞ୍ଚ୍ ୩୦ ଦିନ ଅନ୍ତରରେ କରାଯାଏ । ଯଦି ଚକରେ କୌଣସି ପ୍ରକାର ଅସୁବିଧା ଦେଖାଯାଏ ତାହେଲେ ଚକକୁ ମରାମତି କିମ୍ବା ତୁରନ୍ତ ବଦଳାଇବାର ବ୍ୟବସ୍ଥା ରେଲୱେ କରିଥାଏ । ଯଦି ସଠିକ୍ ସମୟ ଭିତରେ ଟ୍ରେନର ଚକକୁ ଯାଞ୍ଚ୍ କରି ପରିବର୍ତ୍ତନ ନ କରାଯାଏ ତାହେଲେ କେଉଁ ମୁହୂର୍ତ୍ତରେ ଟ୍ରେନ୍ ଦୁର୍ଘଟଣାର ଶିକାର ହେବ କହିହେବନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe