ରେଳଗାଡ଼ି ଛୁ କ୍ ଛୁ କ୍ ଛୁ କ୍ .. ପିଲାବେଳେ ଏ ଗୀତ ଗାଇ କେତେ ଯେ ଟ୍ରେନ୍ ଯାତ୍ରା କରିଛେ ତାହାର ଠିକଣା ନାହିଁ । ଦୁନିଆର ବଡ଼ ରେଳ ନେଟୱର୍କ ଭିତରେ ଭାରତର ନାଁ ସାମିଲ୍ ରହିଛି । ପୂର୍ବରୁ ଆରମ୍ଭ କରି ପଶ୍ଚିମ , ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ଦେଶର କୋଣଅନୁକୋଣକୁ ଲମ୍ବିଛି ଭାରତୀୟ ରେଲୱେ । ଦେଶକୁ ସଂପର୍କର ଧାରଣାରେ ଯୋଡିବାରେ ଇଣ୍ଡିଆନ୍ ରେଲୱେର ଭୂମିକା ଗୁରୁତ୍ବପୂର୍ଣ୍ଣ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରେଳଧାରଣାରେ ଛୁକ୍ ଛୁକ୍ ହେଇ ଗଡୁଛି ରେଳଗାଡ଼ି ଆଉ ଯାତ୍ରୀଙ୍କ ଯାତାୟତକୁ କରୁଛି ସୁଗମ । ଯେଉଁଥିପାଇଁ ରେଲୱେକୁ ଦେଶର ଲାଇଫଲାଇନ୍ ବୋଲି ମଧ୍ୟ କୁହାଯାଏ । ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ଟ୍ରେନରେ ଯିବା ଆସିବା କରନ୍ତି କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି ଏହି ଟ୍ରେନର ଚକାକୁ କେତେ ସମୟ ପରେ ବଦଳାଯାଏ? ଯଦି ଆପଣଙ୍କ ଉତ୍ତର ନା ତେବେ ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା । 

Advertisment

train railway

ଟ୍ରେନର ଚକା କେତେ ସମୟ ପରେ ବଦଳାଯିବ ଏହା ଟ୍ରେନର ଫ୍ରିକ୍ବେନ୍ସି ଉପରେ ନିର୍ଭର କରେ । ପ୍ରତିଦିନ ଉକ୍ତ ଟ୍ରେନ୍ କେତେ କିଲୋମିଟର , କେଉଁ ଜଳବାୟୁରେ ଯାତ୍ରା କରିଛି ଏବଂ କେତେ ଓଜନ ଉଠାଇ ଯାତାୟତ କରିଛି ଏ ସବୁ ଉପରେ ଧ୍ୟାନ ଦିଆଯାଏ । 

wheel

ଭାରତରେ ଯେଉଁ ପାସେଞ୍ଜର୍ ଟ୍ରେନ୍ ଚାଲେ ଏହାର ଚକକୁ ପ୍ରତି ୩ ରୁ ୪ ବର୍ଷ ଭିତରେ ପରିବର୍ତ୍ତନ କରାଯାଏ । ଏହି ଟ୍ରେନର ଚକା ପାଖାପାଖି ୭୦ ହଜାରରୁ ନେଇ ୧ ଲକ୍ଷ ମାଇଲ୍ ପର୍ଯ୍ୟନ୍ତ ଯାତ୍ରା କରିଥାଏ । 

ଅନ୍ୟପକ୍ଷରେ ମାଲଗାଡ଼ିର ଚକା ୮ ରୁ ୧୦ ବର୍ଷ ପର୍ୟ୍ୟନ୍ତ ଚାଲେ । ଯାହାର ଚକ ୨.୫୦ ଲକ୍ଷ କିଲୋମିଟରର ଯାତ୍ରା କରିଥାନ୍ତି । ଏହାଛଡ଼ା ମାଲଗାଡ଼ିର ପ୍ରତିଟି ଚକର ଯାଞ୍ଚ୍ ୩୦ ଦିନ ଅନ୍ତରରେ କରାଯାଏ । ଯଦି ଚକରେ କୌଣସି ପ୍ରକାର ଅସୁବିଧା ଦେଖାଯାଏ ତାହେଲେ ଚକକୁ ମରାମତି କିମ୍ବା ତୁରନ୍ତ ବଦଳାଇବାର ବ୍ୟବସ୍ଥା ରେଲୱେ କରିଥାଏ । ଯଦି ସଠିକ୍ ସମୟ ଭିତରେ ଟ୍ରେନର ଚକକୁ ଯାଞ୍ଚ୍ କରି ପରିବର୍ତ୍ତନ ନ କରାଯାଏ ତାହେଲେ କେଉଁ ମୁହୂର୍ତ୍ତରେ ଟ୍ରେନ୍ ଦୁର୍ଘଟଣାର ଶିକାର ହେବ କହିହେବନି ।