କନକ ବ୍ୟୁରୋ: ଆଜି ବି ବଞ୍ଚିଛି ଅନ୍ଧବିଶ୍ବାସ । ୨୦୨୫ ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ବାସରେ ବନ୍ଧା ମଣିଷ । ଏବେ ବି ଛୋଟ ପିଲାଙ୍କୁ ରୋଗ ଭଲ କରିବା ପାଇଁ ହେଉଛି ଚେଙ୍କ ଚିକିତ୍ସା । ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ମାସକର ଶିଶୁକୁ ଚେଙ୍କ ଦିଆଯାଇଛି ।
ଗୋଟିଏ କି ଦୁଇଟି ନୁହଁ ୪୦ରୁ ଅଧିକ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡ଼ାରେ ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ଶିଶୁକୁ ଗୁରୁତର ଅବସ୍ଥାରେ ଉମରକୋଟ ଉପକଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/03/Tc4L9TQAYcKbN1cp2bSc.jpg)