କନକ ବ୍ୟୁରୋ : ଆଜି ବି ଅନ୍ଧାରରେ ବିତୁଛି ରାତି। ପାଠ ପଢ଼ା ପାଇଁ ଭରସା ଷ୍ଟ୍ରିଟ୍ ଲାଇଟ୍। ପରୀକ୍ଷା ଋତୁରେ ଏଭଳି ଅଭାବନୀୟ ସ୍ଥିତି ଦେଇ ଗତି କରୁଛନ୍ତି କୁନିକୁନି ପିଲା। ଇଏ ସିନେମାର କାହାଣୀ ନୁହେଁ। ଆଜି ବି ଭବିଷ୍ୟତ ଗଢିବାକୁ ଷ୍ଟ୍ରିଟ୍ ଲାଇଟ୍ ଭରସା। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ କାହାର ବୋର୍ଡ ପରୀକ୍ଷା ଚାଲିଛି ତ ଆଉ କିଏ ବାର୍ଷିକ ପରୀକ୍ଷା ପାଇଁ ଚଳାଇଛି ପ୍ରସ୍ତୁତି। ଏଠି ପରୀକ୍ଷା ପ୍ରସ୍ତୁତି ପାଇଁ ଭରସା ଗାଁ ମୁଣ୍ଡର ଷ୍ଟ୍ରିଟ୍ ଲାଇଟ୍। ମାସେ ହେଲା ଏହି ଷ୍ଟ୍ରିଟ୍ ଲାଇଟ୍ ତଳେ ପରୀକ୍ଷା ପ୍ରସ୍ତୁତିରେ ଲାଗିଛନ୍ତି ଛାତ୍ରଛାତ୍ରୀ। ଆଉ କିଛି ରିଫାଇନ୍ ତେଲରେ ଜଳୁଥିବା ଏହି ଦୀପ ଆଲୁଅର ଭରସାରେ ଦେଖୁଛନ୍ତି ଭବିଷ୍ୟତର ସ୍ବପ୍ନ। ଏହି ଦୀପ ଆଲୁଆରେ ପାଠ ପଢ଼ି ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ଅନେକ ଛାତ୍ରଛାତ୍ରୀ। କାରଣ ଠିକ୍ ପରୀକ୍ଷା ଋତୁରେ ଲାଇନ୍ କାଟି ଦେଲା ଟାଟା ପାୱାର। ଯାହାକୁ ନେଇ ସମ୍ବଲପୁର ୩୭ ନମ୍ବର ୱାର୍ଡ ଅଇଁଲାପାଲିର ଅନେକ ପରିବାର ଏବେ ଅନ୍ଧାରରେ।
ଅଧିକ ପଢ଼ନ୍ତୁ :ସ୍ୱେରେଜ୍ ଯନ୍ତ୍ରଣାରେ ଛଟପଟ ସମ୍ବଲପୁରବାସୀ, ଜିଲ୍ଲାପାଳଙ୍କ ଚିଠିକୁ ୱାଟକୋର ବେଖାତିର
ଏମାନେ ବିଦ୍ୟୁତ ବିଲ୍ ଦେବାକୁ ଅସମର୍ଥ। ମୂଲ ଲାଗିଲେ ଚୂଲି ଜଳେ। ବିଦ୍ୟୁତ୍ ବିଲ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କାର ଏରିୟର ବାକି ଅଛି। ପୈଠ କରିବାକୁ ପାଖରେ ଟଙ୍କା ନାହିଁ। ଫଳରେ ପ୍ରାୟ ଏକ ମାସ ହେଲା ଏମିତି ଅନ୍ଧାରରେ ଦୀପ ଆଲୁଅ ଓ ଷ୍ଟ୍ରିଟ୍ ଲାଇଟ ଭରସାରେ ଜୀବନ ବିତାଉଛନ୍ତି। ଏରିୟର ବାବଦକୁ ୫୦ରୁ ୬୦ ହଜାର ଟଙ୍କା ମାଗୁଛି ଟାଟା ପାୱାର। କିନ୍ତୁ ଏମାନଙ୍କ ପାଖରେ ସେତିକି ଟଙ୍କା ନାହିଁ। ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ଓଡ଼ିଶା ସରକାର ଜାଣିଛନ୍ତି ନା ନାହିଁ ଓଡ଼ିଶାରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ମହଙ୍ଗା ଅଲୁଅ କିଣିବାକୁ ଅସମର୍ଥ। ବିଲ୍ ଦେବାକୁ ପାଖରେ ପାଖରେ ଟଙ୍କା ନାହିଁ, ଅନ୍ଧାରକୁ ସାଥୀ କରି ଜୀବନ ବଞ୍ଚିବା ଛଡ଼ା ଏମାନଙ୍କ ପାଖରେ କିଛି ଉପାୟ ହିଁ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/a1-2026-03-05-18-37-32.jpg)