ଏମିତି ବି ଆସେ ମୃତ୍ୟୁ : ଅଧାରେ ରହିଗଲା ପରିବାର ସହ ଚିଲିକା ବୁଲା

Advertisment

ପିପିଲି–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭୋରୁ ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ପିପିଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ପ୍ରଭାକର ବେହେରାଙ୍କ ମୃତ୍ୟୁ ହୋଇଛି । 

ପିପିଲି–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭୋରୁ ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ପିପିଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ପ୍ରଭାକର ବେହେରାଙ୍କ ମୃତ୍ୟୁ ହୋଇଛି । 

15

Photograph: (KANAKNEWS)

କନକବ୍ୟୁରୋ : ପିପିଲି–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭୋରୁ ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ପିପିଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ପ୍ରଭାକର ବେହେରାଙ୍କ ମୃତ୍ୟୁ ହୋଇଛି ।  ମୃତକ ପ୍ରଭାକର ପରିବାର ସହ ଚିଲିକାକୁ ପିକନିକ୍ ପାଇଁ ଯାଉଥିଲେ। ଆଉ କିଛି ସମୟ ପରେ ସେ ବାଇକ୍ ରଖି ବସ୍ ଯୋଗେ ସପରିବାର ଚିଲିକା ଯାଇଥାନ୍ତେ ।  ହେଲେ ତା’ପୂର୍ବରୁ ଏଭଳି ଅଘଟଣ ଘଟିଲା। ଏହି ଦୁର୍ଘଟଣାରେ ପ୍ରଭାକର ବେହେରାଙ୍କ ସ୍ତ୍ରୀ ଓ ତାଙ୍କ ୨ ଜଣ ନାବାଳକ ପୁତ୍ର ପୁତ୍ର ଗୁରୁତର ଆହତ ହୋଇଛନ୍ତି । 

ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ : ପ୍ରାଶାସନିକ ସ୍ତରରେ ପ୍ରସ୍ତୁତି ଶେଷ

ସେମାନଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରାଯାଇ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ଆହତମାନଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ କ୍ଷୁବ୍ଧ ହୋଇ ବଳଙ୍ଗା–ସାତଶଙ୍ଖ–ନିମାପଡ଼ା ମୁଖ୍ୟ ରାସ୍ତାର ନୂଆହାଟ ଠାରେ ରାସ୍ତା ଅବରୋଧ କରିଥିଲେ। ଅଜଣା ଗାଡ଼ି ଚାଳକଙ୍କୁ ତୁରନ୍ତ ଗିରଫ ଓ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦାବି କରି ପ୍ରତିବାଦ କରାଯାଇଛି। ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବ୍ୟାହତ ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe