ରାଜଧାନୀରେ ବି ଆବାସ ବଣ୍ଟନରେ କେଳେଙ୍କାରୀ: ଥିଲା ବାଲାଙ୍କୁ ଘର ମିଳିଛି, ଗରିବଙ୍କ ପାଖରେ ପହଁଚି ପାରିଲାନି ଯୋଜନା

Advertisment

ରାଜଧାନୀରେ ବି ଆବାସ ବଣ୍ଟନରେ କେଳେଙ୍କାରୀ। ଥିଲାବାଲାଙ୍କୁ ଘର ମିଳିଛି, ଗରିବଙ୍କ ପାଖରେ ପହଞ୍ଚି ପାରିନି ଯୋଜନା। ଏମିତିକି କିଛି ହିତାଧିକାରୀ ଘର ପାଇ ଭଡା ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଆବାସ ଘର ମିଳିଥିବା ଅଭିଯୋଗରେ ବିଏମସି ସ୍କ୍ୱାଡ୍‌ ଆଜି ଚଢାଉ କରିଛି।

ରାଜଧାନୀରେ ବି ଆବାସ ବଣ୍ଟନରେ କେଳେଙ୍କାରୀ। ଥିଲାବାଲାଙ୍କୁ ଘର ମିଳିଛି, ଗରିବଙ୍କ ପାଖରେ ପହଞ୍ଚି ପାରିନି ଯୋଜନା। ଏମିତିକି କିଛି ହିତାଧିକାରୀ ଘର ପାଇ ଭଡା ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଆବାସ ଘର ମିଳିଥିବା ଅଭିଯୋଗରେ ବିଏମସି ସ୍କ୍ୱାଡ୍‌ ଆଜି ଚଢାଉ କରିଛି।

dvddvc

କନକ ବ୍ୟୁରୋ: ରାଜଧାନୀରେ ବି ଆବାସ ବଣ୍ଟନରେ କେଳେଙ୍କାରୀ। ଥିଲାବାଲାଙ୍କୁ ଘର ମିଳିଛି, ଗରିବଙ୍କ ପାଖରେ ପହଞ୍ଚି ପାରିନି ଯୋଜନା। ଏମିତିକି କିଛି ହିତାଧିକାରୀ ଘର ପାଇ ଭଡା ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଆବାସ ଘର ମିଳିଥିବା ଅଭିଯୋଗରେ ବିଏମସି ସ୍କ୍ୱାଡ୍‌ ଆଜି ଚଢାଉ କରିଛି।

ସକାଳ ସକାଳୁ ରାଜଧାନୀର ୮ଟି ସ୍ଥାନର ବିଏମସିର ରେଡ ।  ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଆବାସ ଘର ମିଳିଥିବା ଅଭିଯୋଗରେ ବିଏମସି ସ୍କ୍ୱାଡର କିଛି ବରିଷ୍ଠ ଅଧିକାରୀଙ୍କ ସହ ଏହି ଚଢାଉ କରିଛନ୍ତି । ରଙ୍ଗମାଟିଆ ହାଉସିଂ ପ୍ରକଳ୍ପ, ଶାନ୍ତିନଗର, ଓ ବୁଦ୍ଧବିହାର ଭଳି ୮ଟି ପ୍ରକଳ୍ପରେ ଚଢାଉ କରାଯାଇଥିଲା । ଏହାପରେ ୨୫୦ରୁ ଅଧିକ ସରକାରୀ ଆବାସ ଘର ଭଡାରେ ଲାଗିଥିବା ବିଏମସି ସୂଚନା ଦେଇଛି । ପ୍ରଶ୍ନ ଉଠୁଛି, ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ ପଡିଲେ କେମିତି? ଏତେ ସଂଖ୍ୟାରେ ଘର କିଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଲା?

ବଡ କଥା ହେଲା, ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ କୁକୁଡୁ କୁ ହୋଟେଲ କରିଥିବା ମାଲିକ ବି ସରକାରୀ ଆବାସ ଘର ହାତେଇଛନ୍ତି । ତାଙ୍କ ନିକଟରେ କାର ବି ରହିଛି । ଏ ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ତାଙ୍କ ଆବାସ ଘରକୁ ବାତିଲ କରିଛି ବିଏମସି । କେବଳ  ଏହି ଘଟଣା ନୁହେଁ ରାଜଧାନୀରେ ଏଭଳି ମାଳ ମାଳ ଅଯୋଗ୍ୟ ହିତାଧିକାରୀ ଆବାସ ଘର ପାଇଥିବା ସାମ୍ନାକୁ ଆସିଛି । ଆଉ ଏଥିପାଇଁ ବିଡିଏକୁ ଦୋଷ ଠେଲିଛନ୍ତି ବିଏମସି ମେୟର । ବିଧାୟକ ଅନନ୍ତ ଜେନା ଅସଲ ଦୋଷୀଙ୍କୁ ଖୋଜିବାକୁ ଦାବି କରିଛନ୍ତି । 

ଖୋଦ ରାଜ୍ୟ ରାଜଧାନୀରେ ମାଳ ମାଳ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ସରକାରୀ ଆବାସ ଘର । ସରକାରଙ୍କୁ ଅନ୍ଧାରରେ ରଖି ଦୁର୍ନୀତିଗ୍ରସ୍ତ ଅଧିକାରୀ ଏଭଳି ଜାଲିଆତି କରିଛନ୍ତି । ପ୍ରଶ୍ନ ଉଠୁଛି, ରାଜଧାନୀରେ ଆବାସ ଘର ଦୁର୍ନୀତିର ତଦନ୍ତ ହେବ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe