କଟକରେ ବି ପ୍ରବାସୀ ଅତିଥିଙ୍କ ସ୍ଵାଗତ ପାଇଁ ସଜେଇ ହୋଇଛି ରୌପ୍ୟ ନଗରୀ: ବିଭିନ୍ନ କାନ୍ଥରେ ପାରମ୍ପରିକ ଚିତ୍ର ସହ ଦେଖିବାକୁ ମିଳୁଛି ଐତିହ୍ୟ, କଳା ସଂସ୍କୃତିର ଝଲକ

Advertisment

ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହୋଇଥିବା ବେଳେ କଟକରେ ବି ଜୋରଦାର ପ୍ରସ୍ତୁତି କରାଯ।ଇଛି। ଆଗ୍ରହୀ ଅତିଥି କଟକ ବୁଲିବା ସହିତ ଏଠାରେ ରହି ପାରିବେ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହୋଇଥିବା ବେଳେ କଟକରେ ବି ଜୋରଦାର ପ୍ରସ୍ତୁତି କରାଯ।ଇଛି। ଆଗ୍ରହୀ ଅତିଥି କଟକ ବୁଲିବା ସହିତ ଏଠାରେ ରହି ପାରିବେ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

SC

SCS Photograph: (KANAK NEWS)

କନକ ବ୍ୟୁରୋ: ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହୋଇଥିବା ବେଳେ କଟକରେ ବି ଜୋରଦାର ପ୍ରସ୍ତୁତି କରାଯ।ଇଛି। ଆଗ୍ରହୀ ଅତିଥି କଟକ ବୁଲିବା ସହିତ ଏଠାରେ ରହି ପାରିବେ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।...

ଆସୁଛନ୍ତି ପ୍ରବାସୀ । ବୁଲି ଦେଖିବେ କଟକର ଐତିହ୍ୟ ଏବଂ କଳା ସଂସ୍କୃତି । ଅତିଥିଙ୍କୁ ସ୍ଵାଗତ କରିବା ପାଇଁ ସଜେଇ ହୋଇଛି ରୌପ୍ୟ ନଗରୀ । ବିଭିନ୍ନ କାନ୍ଥ ପାରମ୍ପରିକ ଚିତ୍ରରେ ଝଲସୁଛି। ଏଥିରେ ଓଡ଼ିଶା ତଥା କଟକର ଲୋକକଳା, ପରମ୍ପରା ଓ ନୃତ୍ୟ ଆଦି ଓଡ଼ିଆ ଅସ୍ମିତା ବାରି ହୋଇପଡ଼ୁଛି। ପ୍ରବାସୀଙ୍କୁ କଟକର ପ୍ରବେଶ ପଥରେ ସ୍ବାଗତ କରାଯିବ। ସେମାନେ ଯେଉଁସବୁ ପର୍ଯ୍ୟଟନ ସ୍ଥଳୀ ବୁଲିବେ, ସେଠାରେ ସ୍ବତନ୍ତ୍ର ଆତିଥ୍ୟ ଦେବାକୁ ପ୍ରସ୍ତୁତି କରାଯାଇଛି। ...

ବାରବାଟୀ ଦୁର୍ଗ, ସିଲଭର ସିଟି ବୋଟ୍ କ୍ଲବ୍, ନେତାଜୀ ଜନ୍ମସ୍ଥାନ ଓ ଅଧ୍ୟୟନ କେନ୍ଦ୍ର, ମ୍ୟାରିଟାଇମ୍ ମ୍ୟୁଜିୟମ, ମ୍ୟୁଜିୟମ୍ ଅଫ୍ ଜଷ୍ଟିସ ଆଦି ବୁଲିବେ ପ୍ରବାସୀ। ଏସବୁ ଜାଗାକୁ ସୁନ୍ଦର ଭାବେ ସଜା ଯାଇଛି। ସବୁସ୍ଥାନରେ ଜଣେ ଜଣେ ପ୍ରଶାସନିକ ଅଧିକାରୀ ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି। ସେମାନେ ଅତିଥିଙ୍କୁ ସ୍ଵାଗତଠାରୁ ବୁଲିବା ଯାଏ ସବୁ ବ୍ୟବସ୍ଥା ତଦାରଖ କରିବେ । ଅତିଥିଙ୍କ ପାଇଁ ଭୁବନେଶ୍ବର ପରି କଟକରେ ରହିବା ବ୍ୟବସ୍ଥା ହୋଇଛି। କଟକ ସହରରରେ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ କାର୍ଯ୍ୟ  ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe