କନକ ବ୍ୟୁରୋ: ବଡବଡିଆଙ୍କୁ ଟାର୍ଗେଟ କରି ଚୋରି ଟଙ୍କାରେ ସଉକ କରୁଥିଲା ହାଇ ପ୍ରୋଫାଇଲ୍ ଚୋର ସ୍ପାଇଡର। ପତ୍ନୀ ଓ ଗାର୍ଲଫ୍ରେଣ୍ଡଙ୍କୁ ଖୁସି କରିବାକୁ ଦେଉଥିଲା ହୀରାହାର ଓ ଆଇଫୋନ୍। ନିଜ ପାଖରେ ରଖିଥିଲା ଲକ୍ଷାଧିକ ଟଙ୍କାର କୁକୁର। ନିଜକୁ ସୁନ୍ଦର ରଖିବା ପାଇଁ ସ୍ପାରେ ଉଡାଉଥିଲା ଟଙ୍କା। ଆଉ କେଉଁଠି କଣ କରୁଥିଲା, ତାହା ଜାଣିବା ପାଇଁ ସ୍ପାଇଡରୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପୁଲିସ।

Advertisment

ପଲକ ପଡିବା ଆଗରୁ ପାଚେରୀ ଡେଉଁଛି। କଡ ଲେଉଟାଉବା ଭିତରେ କାନ୍ଥରେ ଚଢି ଯାଉଛି। କେତେବେଳେ, ଘରେ ପଶି ସବୁ କିଛି ପୋଛି ନେଉଛି। ତ ପୁଣି କେତେବେଳେ, କୋଟିପତିଙ୍କୁ ଲୁଟିବାର ଅଭ୍ୟାସ କରୁଛି। ଫିଲ୍ମର ସିନ୍ ଭଳି ଲାଗୁଥିବା ଏହି ଘଟଣା ସତ। ଦେଖନ୍ତୁ ରିୟଲ ଲାଇଫର ଏହି ସ୍ପାଇଡର ମ୍ୟାନକୁ। ଏଥର କିନ୍ତୁ ଆପଣ ହିରୋ ନୁହେଁ ବରଂ ଚୋରକୁ ଦେଖୁଛନ୍ତି। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ ପୁର୍ବରୁ ଦେଖନ୍ତୁ କେମିତି ଅଭ୍ୟାସ କରୁଛି ଏ ଚୋର। କାରରୁ ଗୋଟିଏ ଡିଆଁ ମାରି ସିଧା ପାଚେରୀ ଉପରକୁ ଚଢି ଯାଉଛି। ଆଉ ସିକ୍ୟୁରିଟି ଗାର୍ଡ ଥାଇ ବି ଚକମା ଦେଇ ଛୁ ମାରୁଛି। ଠିକ ଏହିଭଳି ଢଙ୍ଗରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ପରେ, ସାମନାକୁ ଆସିଥିଲା କେ.ସତ୍ତି ବାବୁ ଓରଫ ସ୍ପାଇଡର ସତ୍ତିର ଅସଲ ଚେହେରା। 

ବଡ ବଡ ଲୋକଙ୍କ ଘରୁ ଲୁଟ କରିବା ପରେ, ବଞ୍ଚୁଥିଲା ବିଳାସମୟ ଜୀବନ। ପତ୍ନୀ ଓ ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବାକୁ ଦେଉଥିଲା ହୀରା ନେକଲେସ ସାଙ୍ଗକୁ ଆଇଫୋନ୍। ଜିପ ଲାଇନ କରାଇ ଦେବାକୁ ଡେଷ୍ଟିନେସନ୍ ହବ ବି ବୁକ କରୁଥିଲା। ବିଦେଶ ବୁଲାଇ ନେବା ଠୁ ଆରମ୍ଭ କରି ଜିମରେ ରଖିଥିଲା ପର୍ସନାଲ ଟ୍ରେନର। ଖାଲି ସେତିକି ନୁହେଁ ଲକ୍ଷ ଲକ୍ଷ ଟଙ୍କାର କୁକୁର ସୌକ ବି ଥିଲା ଏହି ଚୋରର। କୁକୁରଙ୍କ ପାଇଁ ସ୍ପାରେ ଉଡାଉଥିଲା ଟଙ୍କା। ଚୋରି ଟଙ୍କାରେ ଚୋରର ଲାଇଫଷ୍ଟାଇଲ ଦେଖି କମିସନରେଟ ପୁଲିସର ଆଖି ଖୋସି ହୋଇଯାଇଥିଲା। 

ଏହି ଅଭିୁଯୁକ୍ତ କେତେ କୋଟିପତିଙ୍କ ଘରୁ କଳାକନା ବୁଲାଇବାକୁ ଯୋଜନା କରିଥିଲା ତାର ତାଲିକା ଖୋଜିବାକୁ ଚେଷ୍ଟା କରୁଛି ପୁଲିସ। ଏପିରିକି ଚୋରି ଟଙ୍କା ସୁନା ଅଳଙ୍କାର ବିଦେଶରେ ରଖିଥିବାର ଖବର ବି ପାଇଛି ପୁଲିସ। ତେବେ ଏସବୁର ଖୋଳତାଡ ପାଇଁ ସ୍ପାଇଡର ସତ୍ତିକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ନୟାପଲ୍ଲୀ ପୁଲିସ।