କନକ ବ୍ୟୁରୋ: ଆଜିଠାରୁ ବରଗଡ଼ ଜିଲ୍ଲାରୁ ଆରମ୍ଭ  ଧାନ କିଣା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଦୋଛକିରେ ଭାତହାଣ୍ଡିର ଚାଷୀ । ଧାନ କିଣାବିକା ଆରମ୍ଭ ପୁର୍ବରୁ ଚାଷୀଙ୍କ ମଧ୍ୟରେ ଦେଖା ଦେଇଛି ଟୋକନ୍ ଟେନସନ୍ ।  ଯେଉଁ ଚାଷୀର ଧାନ ଅମଳ ହେଇସାରିଛି ତାହର ଟୋକନ ଆସି ନଥିବା ବେଳେ,  ଯିଏ ଅମଳ କରିନି ତା ପାଖକୁ ଟୋକନ ଆସିଛି ।  ଏପରିକି ଅମଳ କରିଥିବ ଚାଷୀ ପାଖକୁ ଟୋକନ ଆସିଛି ହେଲେ ଡ଼ିସେମ୍ବର ମାସରେ ଧାନ ବିକ୍ରି କରିବାକୁ ଉଲ୍ଲେଖ ରହିଥିବାରୁ ଚାଷୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ  ।  ଅନ୍ୟପକ୍ଷରେ ଏଯାଏ  ମିଲର୍ସ ସହମତି ଦେଇଥିଲେ ମଧ୍ୟ କୌଣସି ଚୁକ୍ତି କରିନାହାନ୍ତି । ଏନେଇ ବରଗଡ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଟୋକନ ଉପରୁ ଆସୁଥିବାରୁ ଏଥିରେ ଜିଲ୍ଲାପ୍ରଶାସନ କିଛି କରି ପାରିବନି ବୋଳି କରିଛନ୍ତି ।  ଯାହାକୁ ନେଇ ଆଶାଙ୍କାରେ ରହିଛନ୍ତି ଚାଷୀ । 

Advertisment

ପଦ୍ମପୁରରେ ବି ଧାନ ଅମଳ ହୋଇ ସାରିଛି ହେଲେ ଏବେ କଣ୍ଟା ସାଜିଛି ଟୋକନ  । ଟୋକନ ସମସ୍ୟା ଏବେ ଚାଷୀଙ୍କ ଚିନ୍ତାର କାରଣ ସାଜିଛି । ପଦ୍ମପୁର ଅଞ୍ଚଳରେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଛି ହେଲେ ବିକ୍ରି କରିବା ପାଇଁ ଚାଷୀଙ୍କୁ କମ ପରିମାଣର ଟୋକନ ମିଲିଛି  । ପଦ୍ମପୁର ନିକଟସ୍ଥ ସେମେଲମୁଣ୍ଡା ଗାଁର ଚାଷୀ ଫକିର ସାହୁ ନିଜ ଆଠ ଏକର ଚାଷ ଜମିରେ ଚାଷ କରିଥିଲେ  । ଚଳିତ ବର୍ଷ ଭଲ ଧାନ ମଧ୍ୟ ଅମଲ ହୋଇଛି  । ଫକିର ସାହୁ ନିଜ ଅମଲ ଧାନ ବିକ୍ରୟ କଲରିବା ପାଇଁ ଛଅ ଏକର ଜମି ସମବାୟ ସମିତିରେ ରେଜିଷ୍ଟେ ପାଇଁ ଆବେଦନ କରିଥିଲେ  । ହେଲେ ତାଙ୍କୁ କେବଳ ୧୭ କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ସରକାରୀ ସ୍ତରରେ ଟୋକନ ମାଧ୍ୟମରେ ଅନୁମତି ମିଲିଛି । ତେବେ ସେ ତାଙ୍କର ବାକି ତକ ଅମଳ ଧାନ କିପରି ସରକାରୀ ଦରରେ ବିକ୍ରି କରିବେ ତାକୁ ନେଇ ସେ ଚିନ୍ତାରେ ରହିଥିବା କହିଛନ୍ତି  । ସେହିପରି ପଦ୍ମପୁର ଅଞ୍ଚଳର ଅନେକ ଚାଷୀଙ୍କ ଏହି ଅଭିଯୋଗ ରହିଛି ।