ଗ୍ରୀଷ୍ମ ଆରମ୍ଭରୁ ଗାଁ ଗାଁରେ ଉତ୍କଟ ହେଲାଣି ଜଳାଭାବ, ପାନୀୟ ଜଳ ଯୋଗାଣ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା..

Advertisment

ଜୟପାଟଣାରେ ନିର୍ମାଣ ପରେ ବି ଲୋକଙ୍କ କାମରେ ଆସୁନି ପ୍ରକଳ୍ପ ...

ଜୟପାଟଣାରେ ନିର୍ମାଣ ପରେ ବି ଲୋକଙ୍କ କାମରେ ଆସୁନି ପ୍ରକଳ୍ପ ...

ଜୟପାଟଣାର ଜଳକଷ୍ଟ

ଜୟପାଟଣାର ଜଳକଷ୍ଟ Photograph: (kanakNews)

କନକ ବ୍ୟୁରୋ: ପ୍ରକଳ୍ପ କାର୍ଯ୍ୟ ସରିଛି । ପାଇପ ଲାଇନ ମଧ୍ୟ ବିଛା ଯାଇଛି, କିନ୍ତୁ ଜଳ ଯୋଗାଣ ହେଉନାହିଁ । ସେପଟେ ଗାଁରେ ଥିବା ଏକମାତ୍ର ନଳକୂପରୁ ଗୋଳିଆ ପାଣି ବାହାରୁଛି । ଯାହା ପାନୀୟ ଅନୁପଯୋଗୀ । କିନ୍ତୁ ବିକଳ୍ପ ନଥିବାରୁ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି ଜୟପାଟଣା ବ୍ଲକ ଗୋଡଭଞ୍ଜା ଗାଁର ୩୫ରୁ ଅଧିକ ପରିବାର । ଗାଧେଇବା ପାଇଁ ଯେଉଁ କେନାଲ ଭରସା ଥିଲା, ରବି ଚାଷ ପାଇଁ ସେଥିରେ ଜଳ ଯୋଗାଣ ବନ୍ଦ ରହିଛି । ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।


ଖାଲି ଗୋଡ଼ଭଞ୍ଜା ନୁହେଁ, ଜୟପାଟଣା ବ୍ଲକର ଅନେକ ଗାଁ ପାଣି ସମସ୍ୟାରେ ଘାଣ୍ଟି ହେଉଛି । ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ, ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଜୟପାଟଣା ବ୍ଲକରେ କୋଟିକୋଟି ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଗୋଟିଏ ବି ପ୍ରକଳ୍ପ ଠିକ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ । ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି କହି ଖସି ଯିବାକୁ ଚେଷ୍ଟା କରୁଛନ୍ତି ଅଧିକାରୀ । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe