ଘୋଷଣାର ବର୍ଷେ ପରେ ବି ଆଗେଇ ପାରୁନି ଟେଣ୍ଡର ପ୍ରକ୍ରିୟା । କେବେ ଆରମ୍ଭ ହେବ ଜଳସେଚନ ପ୍ରକଳ୍ପ, ଆନ୍ଦୋଳନ ପାଇଁ ଚାଷୀ ପ୍ରସ୍ତୁତ

ଜୁନ ମାସରୁ ଆଜି ପର୍ଯ୍ୟନ୍ତ ଏ ସବୁ ପ୍ରକଳ୍ପର ଟେଣ୍ଡରର ପ୍ରାଇସ ବିଡ ଖୋଲାଯାଇନାହିଁ। ବର୍ଷବର୍ଷ ଧରି ଟେଣ୍ଡର ଏଭଳି ଅବସ୍ଥାରେ ପଡିରହିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ।

ZZKþqKþKÑK

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାରେ ଭୂତଳ ଜଳ ସଂରକ୍ଷଣ ପାଇଁ ୪ଟି ପ୍ରକଳ୍ପ କରିବାକୁ ଯୋଜନା କରିଥିଲେ ପୂର୍ବତନ ସରକାର । ୧,୧୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଗଲା। ତେଲ ନଦୀରେ ଦେଓଗାଁ ବ୍ଲକର କୁକେଡ଼ମାଳରେ ୫୦୫ କୋଟିର ପ୍ରକଳ୍ପ, ଇନ୍ଦ୍ର ନ‌ଦୀରେ ଟିଟିଲାଗଡ଼ ବ୍ଲକର କୁରସୁଡ଼ରେ ୨୦୩ କୋଟି, ଉନ୍ଦେର ନଦୀରେ ଟିଟିଲାଗଡ଼ ପଥର୍ଲାରେ ୨୦୦ କୋଟି ଏବଂ ଲାନ୍ଥ ନଦୀରେ ସଇଁତଳା ବ୍ଲକର ତୁଷ୍ଟାପାଲି ଠାରେ ୨୦୦କୋଟିର ପ୍ରକଳ୍ପ ପାଇଁ ୨୦୨୪ରେ ମାର୍ଚ୍ଚ ମାସରେ ଟେଣ୍ଡର ଡକା ଯାଇଥିଲା । ଅନେକ ଠିକାଦାର ଟେଣ୍ଡର ପାଇଁ ଆବେଦନ କରିଛନ୍ତି । ସାଧାରଣ ନିର୍ବାଚନକୁ ନେଇ କୋଡ୍ ଅଫ କଣ୍ଡକ୍ଟ ଲାଗିଥିଲା। ଫଳରେ ପ୍ରାଇସ ବିଡ ଆଉ ଖୋଲାଯାଇ ପାରିନଥିଲା । ନିର୍ବାଚନ ପରେ ସରକାର ବଦଳିଲେ। ତଥାପି ପ୍ରାଇସ୍‌ ବିଡ ଖୋଲୁନଥିବାରୁ ପ୍ରକଳ୍ପ କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି । 

ଜୁନ ମାସରୁ ଆଜି ପର୍ଯ୍ୟନ୍ତ ଏ ସବୁ ପ୍ରକଳ୍ପର ଟେଣ୍ଡରର ପ୍ରାଇସ ବିଡ ଖୋଲାଯାଇନାହିଁ। ବର୍ଷବର୍ଷ ଧରି ଟେଣ୍ଡର ଏଭଳି ଅବସ୍ଥାରେ ପଡିରହିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ।

 ବିଭିନ୍ନ ନଦୀ ଉପରେ ହେଉଥିବା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମୁରିବାହାଲ ଓ ସଇଁତଳା ବ୍ଲକର ପ୍ରାୟ ୫ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳସେଚନ ହୋଇପାରିବ। ଯଦି ଏହି ପ୍ରକଳ୍ପ ନହୁଏ, ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe