କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଓସ୍ତପୁର-କୋଟପଲ୍ଲା ମଧ୍ୟରେ ନାଁକୁ ନେଇ ବିବାଦ। କୋଟପଲ୍ଲା ଲେଖାଥିବା ଫଳକକୁ ନେଇ ଗତ ୭ତାରିଖରୁ ବନ୍ଦ ରହିଛି ଦୋକାନ ବଜାର । ସ୍କୁଲରେ ପଡ଼ିଛି ତାଲା । ଦୀର୍ଘବର୍ଷ ହେବ ବଜାରଟି କୋଟପଲ୍ଲା ବଜାର ଭାବରେ ପରିଚିତ । ବଜାରଟି ଓସ୍ତପୁର ମୌଜାରେ ଥିବାରୁ ଓସ୍ତପୁରବାସୀ ବଜାର ନାଁକୁ ଓସ୍ତପୁର ରଖିବାକୁ ଦାବି କରୁଛନ୍ତି । ସେପଟେ କୋଟପଲ୍ଲାବାସୀ ବଜାର ନାଁକୁ ପୂର୍ବପରି କୋଟପଲ୍ଲା ରଖିବାକୁ ଚାହୁଛନ୍ତି । ଆଉ ସେହିଠାରୁ ଆରମ୍ଭ ହୋଇଛି ଖଣ୍ଡ ଯୁଦ୍ଧ, ନାଁ ପାଇଁ ଗାଁରେ ମୁଣ୍ଡ ଟେକିଛି ବିବାଦ ।

Advertisment

ଗତ ୭ତାରିଖରେ ପୁଲିସକୁ ଅଟକ ରଖି ଟେକାପଥର ମାଡ଼ ପରେ ଅଶାନ୍ତ ହୋଇପଡ଼ିଥିଲା ସ୍ଥିତି । ସେହିଦିନଠୁ ବଜାରରେ ପୁଲିସ ମୁତୟନ ହୋଇଛନ୍ତି । ଦୋକାନ ବନ୍ଦ ରହିଛି। ୧୬୩ ଧାର ଜାରି ବଳବତ୍ତର ରହିଛି । ବଜାର ବନ୍ଦ ଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଉଭୟ ଗାଁ ଲୋକେ। ଗ୍ରାହକ ନିକଟସ୍ଥ ବଜାରରୁ ସଉଦା ଆଣୁଛନ୍ତି । ଏପଟେ ଦୋକାନ ନଖୋଲି ରୋଜଗାର ଚିନ୍ତାରେ ଦୋକାନୀ ।

କେବେ ଫେରିବ ଶାନ୍ତି?
କେବେ ଉଠିବ ୧୬୩ ଧାରା?
କେବେ ସ୍ୱାଭାବିକ ହେବ ବଜାର?
କେମିତି ହେବ ସମାଧାନ?
ତାକୁ ନେଇ ସାଧାରଣ ଲୋକ ଚିନ୍ତିତ ଥିବା ବେଳେ ପ୍ରାଶାସନିକ ପଦକ୍ଷେପକୁ ଅପେକ୍ଷା କରିଛନ୍ତି।