କନକବ୍ୟୁରୋ : ନୂଆ ସରକାରଙ୍କ ନୂଆ ଯୋଜନା 'ବିକଶିତ ଗାଁ ବିକଶିତ ଓଡ଼ିଶା' ହୋଇଛି ଶୁଭାରମ୍ଭ । ଖୋର୍ଧା ଜଙ୍କିଆ ମିନିଷ୍ଟାଡିୟମରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ପୂର୍ବ ସରକର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ରାଜନୀତି ଓ ବିକାଶକୁ ଅଲଗା ରଖିବାକୁ ପଡିବ । ଫାଇଭ-ଟି ନାଁରେ ତତକାଳୀନ ସରକାର ରାଜନୀତି କରୁଥିଲେ । ଆଜିର ଦିନ ଏକ ଐତିହାସିକ ଦିନ । 'ବିକଶିତ ଗାଁ ବିକଶିତ ଓଡ଼ିଶା' ଜରିଆରେ ଆଗାମୀ ୫ ବର୍ଷରେ ପ୍ରତ୍ୟେକ ଗାଁର ବିକାଶ କରାଯିବ ।
ବିକାଶ ପାଇଁ ଗାଁ ଗାଁକୁ ମିଳିବ ପାଣ୍ଠି
ଫୋକସରେ ରାସ୍ତା ନିର୍ମାଣ ଓ ଆଧୁନିକ ସେବା
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅଧିନରେ ଗ୍ରାମାଞ୍ଚଳର ବିକାଶକୁ ଅଧିକ ଗୁରୁତ୍ବ ଦେବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର।
୨୦୨୪-୨୦୨୫ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ
ପଛୁଆ ଓ ଆଦିବାସୀ ଅଂଚଳକୁ ପ୍ରାଥମିକତା
-ମୋଟ ପାଣ୍ଠିର ୪୦ ପ୍ରତିଶତ ଆଇଟିଡିଏ ଅଧିନ ବ୍ଲକରେ ଖର୍ଚ୍ଚ ହେବ
୩୧୪ ବ୍ଲକରୁ ୧୨୧ ବ୍ଲକ ଆଇଟିଡିଏ ଅଧିନରେ ଆସୁଛି
-୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ
-ପ୍ରତି ଗାଁରେ ଭଲ ରାସ୍ତା ଓ ଡ୍ରେନ ନିର୍ମାଣ ହେବ
-ମୋଟ ପାଣ୍ଠିର ୩୫ ପ୍ରତିଶତ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ
-ଜଙ୍ଗଲ ଭିତରେ ଥିବା ଗାଁରେ ମେଟାଲିଂ ମାନର ରାସ୍ତା ନିର୍ମାଣ ହେବ
- ପ୍ରତି ବ୍ଲକରେ ରିଡିଂ ରୁମ ଓ ଇଂଟରନେଟ୍ ସୁବିଧା
- ପିଲା ସ୍ବଳ୍ପ ଟଙ୍କା ଦେଇ ଏଠାରେ ପଢିପାରିବେ
-ପ୍ରତି ପଂଚାୟରେ କଲ୍ୟାଣ ମଣ୍ଡପ, ଭାଗବତ ଟୁଙ୍ଗୀ, ଭୋଗମଣ୍ଡପ ଓ ମାର୍କେଟ ସେଡ୍ ତିଆରି ହେବ। ତେବେ ଏହି ଯୋଜନାକୁ ବିଜେଡି ସମାଲୋଚନା କରିଛି । କହିଛି, ବିକଶିତ ଗାଁରେ ଏହା ହେଉଛି ବିକଳାଙ୍ଗ ଯୋଜନା । ଗ୍ରାମାଂଚଳର ବିକାଶ ପାଇଁ ରାଜ୍ୟ ସରକାର ଭଣ୍ଡାର ଖୋଲିଦେଇଛନ୍ତି । ଏବେ ଅପେକ୍ଷା, ପର୍ଯ୍ୟାପ୍ତ ପାଣ୍ଠି ମିଳିବା ପରେ ଗାଁର କେତେ ବିକାଶ ହେଉଛି ।