ବାତ୍ୟା ପାଇଁ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର । ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ରହିବେ ଡାକ୍ତରଙ୍କ ନିରିକ୍ଷଣରେ ।

Advertisment

ବାତ୍ୟା ପାଇଁ ରାଜ୍ୟ ସରକାର ସବୁ ଦିଗ ପ୍ରତି ତତ୍ପରତା ଦେଖାଇଛନ୍ତି । ପ୍ରଶାସନର ସାହାର୍ଯ୍ୟ କ୍ରମେ ଗର୍ଭବତୀ ମହିଳାଙ୍କୁ କରାଯାଇଛି ସ୍ଥାନାନ୍ତର । ବାତ୍ୟା ଦାନା ସମୁଦ୍ରରେ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ।

ବାତ୍ୟା ପାଇଁ ରାଜ୍ୟ ସରକାର ସବୁ ଦିଗ ପ୍ରତି ତତ୍ପରତା ଦେଖାଇଛନ୍ତି । ପ୍ରଶାସନର ସାହାର୍ଯ୍ୟ କ୍ରମେ ଗର୍ଭବତୀ ମହିଳାଙ୍କୁ କରାଯାଇଛି ସ୍ଥାନାନ୍ତର । ବାତ୍ୟା ଦାନା ସମୁଦ୍ରରେ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ।

transfer

କନକ ବ୍ୟୁରୋ : ବାତ୍ୟା ପାଇଁ ରାଜ୍ୟ ସରକାର ସବୁ ଦିଗ ପ୍ରତି ତତ୍ପରତା ଦେଖାଇଛନ୍ତି । ପ୍ରଶାସନର ସାହାର୍ଯ୍ୟ କ୍ରମେ ଗର୍ଭବତୀ ମହିଳାଙ୍କୁ କରାଯାଇଛି ସ୍ଥାନାନ୍ତର । ବାତ୍ୟା ଦାନା ସମୁଦ୍ରରେ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଏହାକୁ ଦୃଷ୍ଟ ରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ଗତ କାଲିଠୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ବିଶେଷକରି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜନଗର ମେଡିକାଲ ଟିମ ରାଜନଗର ବ୍ଲକର ବିଭିନ୍ନ ସ୍ଥାନରୁ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣି ରାଜନଗର ମେଡିକାଲକୁ ସ୍ଥାନାନ୍ତରିତ କରିଛି । ଏହି ବ୍ଲକର ୩୨ଜଣ ଗର୍ଭବତୀ ମହିଳାଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ଭାବେ ରଖିବା ସହ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଗୁରୁତ୍ୱ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe