ଟ୍ରମ୍ପଙ୍କ ଶୁଳ୍କକୁ ୟୁରୋପୀୟ ରାଷ୍ଟ୍ରଙ୍କ ବିରୋଧ..

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।  

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।  

trump

Photograph: (kanaknews)

କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।  ଆମେରିକାର ଗ୍ରିନ୍‌ଲାଣ୍ଡ୍‌ କ୍ରୟକୁ ବିରୋଧ କରୁଥିବାରୁ ଟ୍ରମ୍ପ ଏହି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଗାଇଛନ୍ତି ।  ଏହି ଶୁଳ୍କ ଦ୍ବାରା ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡ୍‌ ଏବଂ ଫିନ୍‌ଲାଣ୍ଡ୍‌ ପ୍ରଭାବିତ ହେବାକୁ ଯାଉଥିବାବେଳେ ଏ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ନେତାମାନେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ।  

ୟୁପି ଡ୍ରାଫ୍ଟ ଭୋଟର ତାଲିକାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ବାଦ୍ ପଡ଼ିଲେ....

ଏକ ମିଳିତ ବିବୃତିରେ ୟୁରୋପୀଆନ୍‌ କମିସନ୍‌ ସଭାପତି ଉର୍ସୁଲା ଭୋନ୍‌ ଡେର୍‌ଲେୟନ ଓ ୟୁରୋପୀୟ କାଉନ୍‌ସିଲ୍‌ ସଭାପତି ଆଣ୍ଟୋନିଆ କୋଷ୍ଟା ଶୁଳ୍କକୁ ବିରୋଧ କରିବା ସହ ଏହା ଆଗକୁ ୟୁରୋପୀୟ ସଂଘ ଓ ଆମେରିକା ମଧ୍ୟରେ ଥିବା ବାଣିଜ୍ୟ କାରବାରରେ ଦୁଇ ପକ୍ଷ ପାଇଁ କ୍ଷତି ପହଞ୍ଚାଇବ ବୋଲି ଚେତାବନୀ ଦେଇଛନ୍ତି ।  ଶୁଳ୍କ ସଂକଟ ପରିପ୍ରେକ୍ଷୀରେ ଆଜି ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ରର ପ୍ରତିନିଧିମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe