କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।  ଆମେରିକାର ଗ୍ରିନ୍‌ଲାଣ୍ଡ୍‌ କ୍ରୟକୁ ବିରୋଧ କରୁଥିବାରୁ ଟ୍ରମ୍ପ ଏହି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଗାଇଛନ୍ତି ।  ଏହି ଶୁଳ୍କ ଦ୍ବାରା ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡ୍‌ ଏବଂ ଫିନ୍‌ଲାଣ୍ଡ୍‌ ପ୍ରଭାବିତ ହେବାକୁ ଯାଉଥିବାବେଳେ ଏ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ନେତାମାନେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ।  

Advertisment

ୟୁପି ଡ୍ରାଫ୍ଟ ଭୋଟର ତାଲିକାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ବାଦ୍ ପଡ଼ିଲେ....

ଏକ ମିଳିତ ବିବୃତିରେ ୟୁରୋପୀଆନ୍‌ କମିସନ୍‌ ସଭାପତି ଉର୍ସୁଲା ଭୋନ୍‌ ଡେର୍‌ଲେୟନ ଓ ୟୁରୋପୀୟ କାଉନ୍‌ସିଲ୍‌ ସଭାପତି ଆଣ୍ଟୋନିଆ କୋଷ୍ଟା ଶୁଳ୍କକୁ ବିରୋଧ କରିବା ସହ ଏହା ଆଗକୁ ୟୁରୋପୀୟ ସଂଘ ଓ ଆମେରିକା ମଧ୍ୟରେ ଥିବା ବାଣିଜ୍ୟ କାରବାରରେ ଦୁଇ ପକ୍ଷ ପାଇଁ କ୍ଷତି ପହଞ୍ଚାଇବ ବୋଲି ଚେତାବନୀ ଦେଇଛନ୍ତି ।  ଶୁଳ୍କ ସଂକଟ ପରିପ୍ରେକ୍ଷୀରେ ଆଜି ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ରର ପ୍ରତିନିଧିମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି ।