ଟ୍ରମ୍ପଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି ୟୁରୋପୀୟ ଦେଶ, ଗ୍ରିନ୍‌ଲାଣ୍ଡକୁ ସେନା ପଠାଇବେ ଜର୍ମାନୀ ଓ ଫ୍ରାନ୍ସ

Advertisment

ଗ୍ରିନ୍‌ଲାଣ୍ଡକୁ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ବିରୋଧରେ ୟୁରୋପୀୟ ଦେଶମାନେ ଏକତ୍ରିତ ହେଉଛନ୍ତି ।

ଗ୍ରିନ୍‌ଲାଣ୍ଡକୁ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ବିରୋଧରେ ୟୁରୋପୀୟ ଦେଶମାନେ ଏକତ୍ରିତ ହେଉଛନ୍ତି ।

Greenland-Trump-Euro-leaders

Greenland-Trump-Euro-leaders Photograph: (Google)

କନକ ବ୍ୟରୋ: ଗ୍ରିନ୍‌ଲାଣ୍ଡକୁ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ବିରୋଧରେ ୟୁରୋପୀୟ ଦେଶମାନେ ଏକତ୍ରିତ ହେଉଛନ୍ତି । ଗ୍ରିନ୍‌ଲାଣ୍ଡରେ ସମ୍ଭାବ୍ୟ ଆମେରିକୀୟ ସାମରିକ ଦଖଲ ରୋକିବା ପାଇଁ ୟୁରୋପ ପ୍ରସ୍ତୁତି ଆରମ୍ଭ କରିଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ମଧ୍ୟରେ, ଜର୍ମାନୀ ଏବଂ ଫ୍ରାନ୍ସ ଘୋଷଣା କରିଛନ୍ତି ଯେ ସେମାନେ ଅନ୍ୟ ୟୁରୋପୀୟ ଦେଶମାନଙ୍କ ସହିତ ମିଶି ଗ୍ରିନ୍‌ଲାଣ୍ଡକୁ ସୈନ୍ୟ ପଠାଇବେ। ଜର୍ମାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଡେନମାର୍କର ନେତୃତ୍ବରେ ଗ୍ରିନ୍‌ଲାଣ୍ଡର ରାଜଧାନୀ ନୁଉକ୍‌ରେ ଏକ ୧୩ ଜଣିଆ ଗୁଇନ୍ଦା ଦଳ ମୁତୟନ କରାଯାଇଛି । ଏହା ଏକ ସାମରିକ ଅଭ୍ୟାସ ପାଇଁ କରାଯାଇଛି । ଏହି ମିଶନର ଲକ୍ଷ୍ୟ ହେଉଛି ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବାରେ ଡେନମାର୍କକୁ ସହାୟତା କରିବା ପାଇଁ ସାମରିକ ସ୍ଥିତିର ଅନୁସନ୍ଧାନ କରିବା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଘୋଷଣା କରିଛନ୍ତି, ତାଙ୍କ ଦେଶ ଗ୍ରିନ୍‌ଲାଣ୍ଡକୁ ସୈନ୍ୟ ପଠାଇବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫ୍ରାନ୍ସ ହେଉଛି ୟୁରୋପୀୟ ସଂଘର ଏକମାତ୍ର ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ।

 ସ୍ୱିଡେନ୍ ମଧ୍ୟ କହିଛି, ଆମେ ୟୁରୋପର ସାମରିକ ମିଶନରେ ଅଂଶଗ୍ରହଣ କରିବୁ। ନେଦରଲାଣ୍ଡ ଏବଂ କାନାଡ଼ାର ମଧ୍ୟ ସମାନ ଯୋଜନା ଅଛି। ଆମେରିକା,ଡେନମାର୍କ ଏବଂ ଗ୍ରିନ୍‌ଲାଣ୍ଡର ଅଧିକାରୀଙ୍କ ମଧ୍ୟରେ ୱାଶିଂଟନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା ହୋଇଛି । ବୁଧବାର ଡେନମାର୍କ ବୈଦେଶିକ ମନ୍ତ୍ରୀ ଲୋକେ ରାସମୁସେନ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ବୈଠକ ପରେ, ରାସମୁସେନ କହିଥିଲେ, ଏହା ସ୍ପଷ୍ଟ ରାଷ୍ଟ୍ରପତି ଟ୍ରମ୍ପ ଗ୍ରିନ୍‌ଲାଣ୍ଡକୁ ନିଜ ସହ ମିଶାଇବାକୁ ଚାହୁଁଛନ୍ତି। ଏହାର ଆବଶ୍ୟକତା ନାହିଁ । ଟ୍ରମ୍ପ ଏହି ଅର୍ଦ୍ଧ-ସ୍ୱାୟତ୍ତ ଡେନମାର୍କ ଅଞ୍ଚଳକୁ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଗ୍ରିନ୍‌ଲାଣ୍ଡକୁ ମିଶାଇବା ପାଇଁ ବାରମ୍ବାର ଆହ୍ୱାନ କରୁଛନ୍ତି ।

 ଅଧିକ ପଢନ୍ତୁ: ଗ୍ରିନଲ୍ୟାଣ୍ଡ କାହିଁକି ଅକ୍ତିଆର କରିବାକୁ ଚାହୁଁଛନ୍ତି ଟ୍ରମ୍ପ ? ଜାଣନ୍ତୁ ଏହି ବରଫ ଦ୍ୱୀପର ରହସ୍ୟ ଏବଂ ଏହାର ରଣନୈତିକ ଗୁରୁତ୍ୱ

 ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହି ଦ୍ୱୀପ ଆମେରିକାର ନିୟନ୍ତ୍ରଣକୁ ନ ଆସେ, ତେବେ ରୁଷ ଏବଂ ଚୀନ୍ ଏହାକୁ ନିଜ ସହ ମିଶାଇ ଦେବେ। ବୁଧବାର ଜଣେ ଡେନମାର୍କ ଅଧିକାରୀ କହିଛନ୍ତି ଯେ, ଆମେରିକାର ଉପରାଷ୍ଟ୍ରପତି ଏବଂ ବୈଦେଶିକ ସଚିବଙ୍କ ସହ ବୈଠକ ପରେ ମଧ୍ୟ ଗ୍ରିନ୍‌ଲାଣ୍ଡକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମୌଳିକ ମତଭେଦ ରହିଛି । କିନ୍ତୁ ଉଭୟ ପକ୍ଷ ମତଭେଦ ଉପରେ ଆଲୋଚନା କରିବା ପାଇଁ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବାକୁ ରାଜି ହୋଇଛନ୍ତି। ଡେନମାର୍କ ବୈଦେଶିକ ମନ୍ତ୍ରୀ ରାସମୁସେନ ବୈଠକ ପରେ କହିଥିଲେ, ଆମ ମତରେ, ଏହି ଗୋଷ୍ଠୀ ଡେନମାର୍କର ରେଡଲାଇନ୍କୁ ସମ୍ମାନ ଦେବା ସହିତ ଆମେରିକାର ସୁରକ୍ଷା ଚିନ୍ତାର କିପରି ସମାଧାନ କରାଯିବ ତାହା ଉପରେ ଗୁରୁତ୍ବାରୋପ କରିବା ଉଚିତ। ଡେନମାର୍କ ପୂର୍ବରୁ ଗ୍ରିନ୍‌ଲାଣ୍ଡରେ ସାମରିକ ଉପସ୍ଥିତି ବୃଦ୍ଧି ସମ୍ପର୍କରେ ଘୋଷଣା କରିସାରିଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe