କନକ ବ୍ୟୁରୋ : ବିବାଦ ଭିତରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ନବ ଦାସ ହତ୍ୟାକାଣ୍ଡରେ ମୁଖ୍ୟ ସାଖୀ ଶୁଭେନ୍ଦୁ ପଟ୍ଟନାୟକ। ହତ୍ୟାକାଣ୍ଡ ଦିନ ସେ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା କହିଛନ୍ତି । ସେହି ସାର୍ଟକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରିବା କଥା ମଧ୍ୟ କହିଛନ୍ତି ଶୁଭେନ୍ଦୁ । ତେବେ ରିପୋର୍ଟରେ କାହିଁକି କ୍ରାଇମବ୍ରାଞ୍ଚ ତଥ୍ୟ ବଦଳାଇଛି ସେ ବିଷୟରେ କିଛି ଜାଣି ନଥିବା କହିଛନ୍ତି ଶୁଭେନ୍ଦୁ । 

Advertisment

୨୦୨୩, ଜାନୁଆରି ୨୯ରେ ନବ କିଶୋର ଦାସଙ୍କ ହତ୍ୟା ପରେ, ୨୦୨୩ ଫେବ୍ରୁଆରି ୩ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ରେକର୍ଡ ବୟାନରେ ରକ୍ତଲଗା ଧଳାରଙ୍ଗର ସାର୍ଟକୁ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିଥିବା ଉଲ୍ଲେଖ ହୋଇଥିଲା । ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ତାହାକୁ ଜବତ କରିଥିଲେ । ଫେବ୍ରୁଆରୀ ୩ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ‘ପ୍ରପର୍ଟି ସିଜର୍‌ ମେମୋ' ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ମେମୋକୁ କ୍ରାଇମବ୍ରାଞ୍ଚର ଅଧିକାରୀମା‌ନେ ହିଁ ପୂରଣ କରିଥିଲେ । ମେମୋରେ ଶୁଭେନ୍ଦୁ ପଟ୍ଟନାୟକଙ୍କ ରକ୍ତଲଗା ହଳଦିଆ ରଙ୍ଗର ହାଫସାର୍ଟ ଜବତ କରାଯାଇଥିବା ଉଲ୍ଲେଖ ରହିଛି । ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ହୋଇଥିବା ଭିଡିଓଗୁଡ଼ିକରେ ମଧ୍ୟ ଶୁଭେନ୍ଦୁ ପଟ୍ଟନାୟକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ପ୍ରମାଣ ରହିଛି । କ୍ରା‌ଇମବ୍ରାଞ୍ଚ ବୟାନ୍‌ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇଦେଇଛି ସେନେଇ ଚର୍ଚ୍ଚା ଲାଗି ରହିଛି ।