ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ! ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ

Advertisment

ପରୀକ୍ଷା ପରିଚାଳନାରେ ତ୍ରୁଟି ଅଭିଯୋଗ। ଓଏସଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ପରିଚାଳନାଗତ ତ୍ରୁଟି ନେଇ ପରୀକ୍ଷାର୍ଥୀ ଅଭିଯୋଗ ଆଣିଛନ୍ତି।

ପରୀକ୍ଷା ପରିଚାଳନାରେ ତ୍ରୁଟି ଅଭିଯୋଗ। ଓଏସଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ପରିଚାଳନାଗତ ତ୍ରୁଟି ନେଇ ପରୀକ୍ଷାର୍ଥୀ ଅଭିଯୋଗ ଆଣିଛନ୍ତି।

fvdve

କନକ ବ୍ୟୁରୋ: ପରୀକ୍ଷା ପରିଚାଳନାରେ ତ୍ରୁଟି ଅଭିଯୋଗ। ଓଏସଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ପରିଚାଳନାଗତ ତ୍ରୁଟି ନେଇ ପରୀକ୍ଷାର୍ଥୀ ଅଭିଯୋଗ ଆଣିଛନ୍ତି। ବାଲେଶ୍ବର ଗୋପାଳ ଗାଁ ପ୍ରଜ୍ଞା ଭାରତୀ ଶିକ୍ଷା କେନ୍ଦ୍ରରେ ହୋଇଥିବା ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ଏହି ଅଭିଯୋଗ ଆସିଛି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ।

ଓଏସଏସଏସସି ଦ୍ୱାରା ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟଂଟ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ । ବାଲେଶ୍ୱର ଗୋପାଳ ଗାଁ ପ୍ରଜ୍ଞା ଭାରତୀ ଶିକ୍ଷା କେନ୍ଦ୍ରରେ ଏଭଳି ଅନିୟମିତତା ଅଭିଯୋଗ ହୋଇଛି ।  ଏହି କେନ୍ଦ୍ରରେ ଆଜି ୩୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ବ୍ୟବସ୍ଥା ହୋଇଥିଲା । ପରୀକ୍ଷାର୍ଥୀଙ୍କ ଅଭିଯୋଗ ହେଲା, ପ୍ରଶ୍ନପତ୍ର ପିଲାଙ୍କ ସାମ୍ନାରେ ଖୋଲାଯିବା କଥା  ।  କିନ୍ତୁ ଏହା ହୋଇନାହିଁ ।  ଅଭିଯୋଗ କରିଥିବା ଛାତ୍ର ଯେଉଁ ରୁମରେ ପରୀକ୍ଷା ଦେଉଥିଲେ  ସେଠାରେ ୨୪ ଜଣ ବସିବା ପାଇଁ ବ୍ୟବସ୍ଥା ହୋଇଥିଲେ ବି ଉପସ୍ଥିତ ଥିଲେ ୧୨ ଜଣ ।

ଷ୍ଟାଟିଷ୍ଟିକାଲ ଆସିଷ୍ଟଂଟ ପରୀକ୍ଷା ଦିନ ୧୦ଟା ୩୦ରେ ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହୋଇଥିଲା । କିନ୍ତୁ ଅଭିଯୋଗ କରିଥିବା ଛାତ୍ର ଗୌରହରି ସାହୁ ପରୀକ୍ଷା ଦେଇନଥିବା କହିଛନ୍ତି କର୍ତ୍ତୃପକ୍ଷ । ଏଥିସହ ପରୀକ୍ଷାର୍ଥୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ନିୟମ ଅନୁସାରେ ପରୀକ୍ଷା କରାଯାଇଛି ବୋଲି କହିଛନ୍ତି ।

ପୂର୍ବରୁ ଆରଆଇ ଓ ଅମିନ ପରୀକ୍ଷାକୁ ନେଇ ଓଏସଏସଏସସିକୁ ପରୀକ୍ଷାର୍ଥୀ ଟାର୍ଗେଟ କରିଥିଲେ । ଏବେ ଷ୍ଟାଟିଷ୍ଟିକାଲ ଆସିଷ୍ଟଂଟ ପରୀକ୍ଷାରେ ଅନିୟମିତତା ଅଭିଯୋଗ ନୂଆ ସମସ୍ୟା ସୃଷ୍ଟି କରିଛି ।          

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe