କନକ ବ୍ୟୁରୋ : ତାମିଲନାଡ଼ୁ ଏନଡିଏ ମେଣ୍ଟର ଫାଟ ଏବେ ଜଳ ଜଳ ହୋଇ ଦିଶିଲାଣି । ୨୦୨୬ ରେ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟରେ ସାମିଲ ଥିବା ଏଆଇଏଡିଏମକେ ମୁଖ୍ୟ ପାଲାନୀ ସ୍ୱାମୀ ନିଜକୁ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଏନଡିଏ ମେଣ୍ଟ ତାଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବ । ଆଉ ଏନଡିଏ ମେଣ୍ଟ ବିଜୟୀ ହେଲେ ମୁଁ ମୁଖ୍ୟମନ୍ତ୍ରୀ ହେବି । 

Advertisment

ମେଣ୍ଟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କେବଳ କହିଥିଲେ କି ଯଦି ମେଣ୍ଟ ସରକାର ଗଠନ କରେ ତେବେ ଏଆଇଏଡିଏମକେ ମୁଖ୍ୟମନ୍ତ୍ରୀ ଚୟନ କରିବ । ଏହାସହ ସେ ଷ୍ଟାର୍ଲିନ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ । ସେ କହିଥିଲେ କି ଷ୍ଟାର୍ଲିନ ସରକାର ଯେଉଁ "ଅଙ୍ଗଲୁଦନ ଷ୍ଟାର୍ଲିନ' ଅଭିଯାନ ଚଳାଇଛନ୍ତି ତାହା ଏକ ନାଟକ । 

ସେ ଯଦି ପୂର୍ବ ନିର୍ବାଚନକୁ ନଜର କରିବା ତେବେ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଓ ଏଆଇଏଡିଏମକେ ମେଣ୍ଟକୁ ୪୦ ପ୍ରତିଶତ ଭୋଟ ମିଳିଥିଲା । ସେହିଭଳି ଡିଏମକେ, କଂଗ୍ରେସ ଓ ବାମଦଳ ମେଣ୍ଟକୁ ୪୫ ପ୍ରତିଶତ ଭୋଟ ମିଳିଥିଲା । ହେଲେ ତା ପରେ ବିଜେପି ଯେତେବେଳେ ଅନ୍ନାମଲ୍ଲାଇଙ୍କୁ ଦଳର ସଭାପତି ଭାବେ ନିଯୁକ୍ତ କରିଥିଲା ସେତେବେଳେ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ସଂପର୍କ ଖରାପ ହୋଇଥିଲା । ଏହି ମେଣ୍ଟ ୨୦୨୩ ରେ ଭାଙ୍ଗିଯାଇଥିଲା । 

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓ ଏଆଇଏଡିଏମକେ ଅଲଗା ହୋଇ ନିର୍ବାଚନ ଲଢିଥିଲେ । ଏଆଇଏଡିଏମକେକୁ ଲୋକସଭା ନିର୍ବାଚନରେ ୨୦.୪୬ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିଲା । ଦୁଇଦଳର ଭୋଟ ପ୍ରତିଶତ ୪୧ ପ୍ରତିଶତ ଥିଲା । ସେପଟେ ଡିଏମକେ, କଂଗ୍ରେସ ଓ ବାମଦଳ ମିଳିତ ଭାବେ ନିର୍ବାଚନ ଲଢି ୪୭ ଭୋଟ ହାତେଇଥିଲେ । ଏବଂ ଲୋକସଭା ନିର୍ବାଚନରେ ଦମଦାର ବିଜୟ ହାସଲ କରିଥିଲେ । 

ଏହାପରେ ବିଜେପି ବୁଝିଯାଇଥିଲା କି, ଆନ୍ନାମଲ୍ଲାଇଙ୍କ ଆକ୍ରମଣାତ୍ମକ ରଣନୀତି କାରଣରୁ ବିଜେପିର ଭୋଟ ପ୍ରତିଶତ ୩.୭ ପ୍ରତିଶତ ବୃଦ୍ଧି ପାଇଲା, ହେଲେ ବିଜେପି ଏକାକୀ ବହୁମତ ହାସଲ କରିବାକୁ ଆହୁରି ଅନେକ ବର୍ଷ ଲାଗିଯିବ ବୋଲି ବୁଝିଯାଇଥିଲା । ତେଣୁ ପୁଣିଥରେ ବିଜେପି ଏଆଇଏଡିଏମକେ ସହ ମେଣ୍ଟ କରିଛି ।