କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ଚତୁର୍ଥ ଅଧିବେଶନରେ ‘ଯୁବକ ଏବଂ ଜଳବାୟୁ: ଜେନ ‘ସି’ଶୀର୍ଷକ ଆାଲୋଚନାରେ ପରିବେଶ ସଚେତକ ଅଲେଖ କପୁର କହିଲେ, ଜଳବାୟୁ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ୮୦ ଲକ୍ଷରୁ ଏକ କୋଟି ସବୁଜ ନିଯୁକ୍ତି ସୁଯୋଗ ଭାରତରେ ସୃଷ୍ଟି ହେବାକୁ ଯାଉଛି । ଏନେଇ ଭିନ୍ନ ଭିନ୍ନ ପ୍ରତିଭା ଥିବା ଯୁବବର୍ଗ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସବୁଜ କ୍ଷେତ୍ରରେ ନିଯୁକ୍ତ ପାଇପାରିବେ ।
ବିଗତ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଡାଏନୋସର ଲୋପ ପାଇଛନ୍ତି । ଏବେ ମଣିଷକୁ ସୁରକ୍ଷା ଦେବାର ସମୟ ଆସିଛି । ଏକ୍ଷେତ୍ରରେ ସରକାର ଓ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/07/new-project-5-2025-10-07-17-24-16.jpg)