କନକ ବ୍ୟୁରୋ : ସବୁ ସାଇକେଲଠାରୁ ଏହା ଟିକେ ନିଆରା । ଅନ୍ୟ ସାଇକେଲ ଭଳି ସାଧାରଣ ସାଇକେଲ ନୁହେଁ, ୪ ଚକିଆ ସାଇକେଲ କ୍ୟାମ୍ପର, ଆଉ ସେଥିରେ ସବାର ଅଛନ୍ତି ୫୬ ବର୍ଷିୟ ପରିମଳ କାଞ୍ଜି । ଜଳବାୟୁ ପରିବର୍ତ୍ତନ କୋଲକାତାର ପରିମଲ କାଞ୍ଜିଙ୍କୁ ବ୍ୟଥିତ କରିଥିଲା । ଜନସଚେତନତା ପାଇଁ ସାଇକେଲ ଧରି ବାହାରିପଡିଲେ ଭାରତ ଯାତ୍ରାରେ । ଜନସାଧାରଣଙ୍କ ମନରେ ପରିବେଶ ପ୍ରତି ଭଲ ପାଇବା ବଢାଇବା ଉଦ୍ଦେଶ୍ୟରେ ସାଇକେଲ ଯାତ୍ରାରେ ବାହାରିଛନ୍ତି ପରିମଳ କାଞ୍ଜି । 

Advertisment

୨୦୨୧ରୁ ଆରମ୍ଭ ହୋଇଛି ପରିମଳଙ୍କ ଏହି ନିଆରା ଅଭିଯାନ।  ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ଆରମ୍ଭ ହୋଇଯାଏ ପରିମଳଙ୍କ ସାଇକେଲ ଯାତ୍ରା । ଭାରତର କୋଣ ଅନୁକୋଣରେ ପହଞ୍ଚି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଚାଲିଛନ୍ତି । ପରିଣତ ବୟସରେ ବି  ଅଦ୍ଭୂତ କାର୍ଯ୍ୟ ହାତକୁ ନେଇଛନ୍ତି ପରିମଳ । ସାଇକେଲ ହିଁ ତାଙ୍କ ଘର ପାଲଟିଛି । ସାଇକେଲ ଚଲାଇ ଥକିଗଲେ, ଏଇଠି ଶୋଇପଡନ୍ତି ।

ସାଇକେଲ ଚଲାଇ ଏମିତି ଗୋଟିଏ ରାଜ୍ୟରୁ  ରାଜ୍ୟ ଘୁରି ବୁଲୁଛନ୍ତି ପରିମଳ । "ପରିମଳ କହନ୍ତି , ସମାଜପାଇଁ କିଛି ଭଲ କାମ କରିବାକୁ ଆମ ଜନ୍ମ ହୋଇଛି । ଜୀବନ ଥିବା ଯାଏ ଏମିତି ପରିବେଶର ସୁରକ୍ଷା ପାଇଁ କାମ କରୁଥିବି ।