କନକବ୍ୟୁରୋ: ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି  । ଘରେ ଘରେ ସୁଭଦ୍ରା ଯୋଜନା ନାରା ବେଶ ଭାଇରାଲ ହେଉଛି  । ସମଗ୍ର ରାଜ୍ୟରେ ୧୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ୪୫ ଲକ୍ଷ ଆବେଦନକାରୀ ପଂଜିକରଣ କରିଛନ୍ତି  । ଘରେ ଘରେ ସୁଭଦ୍ରା ବାବଦରେ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ପ୍ରତିଯୋଗୀତା କରାଯିବ ।  

Advertisment

ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ୱାଗତ ସପ୍ତାହ’। ସୁଭଦ୍ର ପାଇଁ ମାର୍ଗଦର୍ଶିକା ଜାରି ହେଲା ଦିନରୁ ସାରା ଓଡ଼ିଶାରେ ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜିକରଣ ଜୋରସୋର ଚାଲିଛି  ।  ମହିଳାଙ୍କ ଉତ୍ସାହକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ବୈଠକ କରାଯାଇ ‘ସୁଭଦ୍ରା’ ଯୋଜନାର କାର୍ୟ୍ୟାନ୍ୱୟନକୁ ବିଭିନ୍ନ ସ୍ତରରେ ତଦାରଖ କରାଯାଉଛି ।  

ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରିବା ପାଇଁ ସପ୍ତାହେ ପର୍ୟ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ସ୍ୱାଗତ ସପ୍ତାହ’ ଅନୁଷ୍ଠିତ କରାଯିବ । ଏହି କାର୍ୟ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀ ସମେତ ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ଏସ୍‌ଏଚ୍‌ଜି ସଦସ୍ୟା, ଆଶାକର୍ମୀମାନେ ଗାଁ ଗାଁରେ ସଭା ଅନୁଷ୍ଠିତ କରାଇ ଲୋକମାନଙ୍କୁ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ସଚେତନ କରିବେ ।

ପ୍ରତି ଗ୍ରାମ ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ । ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରତିଷ୍ଠିତ କରାଯିବ । 

ଏହି ଯୋଜନାର ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବା ନିମନ୍ତେ ‘ଘରେ ଘରେ ସୁଭଦ୍ରା’ ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା ଅନୁଷ୍ଠିତ କରାଯିବ ।

ସୁଭଦ୍ରା ପାଇଁ ବଢୁଛି କ୍ରେଜ , ଜାଣନ୍ତୁ ସୁଭଦ୍ରା ଯୋଜନାର ନିୟମାବଳୀ 

୧୧ ତାରିଖ ସୁଦ୍ଧା ୪୫ ଲକ୍ଷ ଆବେଦନ
ବ୍ଲକ ଓ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ୱାଗତ ସପ୍ତାହ’ 
ସପ୍ତାହେ ଧରି ହିତାଧିକାରୀଙ୍କୁ କରାଯିବ ସଚେତନ

ସଭା ମାଧ୍ୟମରେ ବୁଝାଇବେ ଅଙ୍ଗନୱାଡି, ଏସ୍‌ଏଚ୍‌ଜି ସଦସ୍ୟା ଓ ଆଶାକର୍ମୀ
କଲେଜରେ ହେବ ଘରେ ଘରେ ସୁଭଦ୍ରା  କାର୍ୟ୍ୟକ୍ରମ 
ସଫଳ ମହିଳାଙ୍କୁ ଦିଆଯିବ ‘ସୁଭଦ୍ରା ଅପା’ର ଆଖ୍ୟା
ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରତିଷ୍ଠିତ କରାଯିବ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲୀ ପ୍ରତିଯୋଗିତା