କନକ ବ୍ୟୁରୋ: ମାଟି ଭିତରୁ ବାହାରିଲା ହଜାର ହଜାର ଲିଟର ଦେଶୀ ମଦ। ଯେତେ ଖୋଳିଲେ ସେତେ ବାହାରୁଛି। କୃଷ୍ଣପ୍ରସାଦ ବ୍ଲକ୍ ସେନପାଟାନା ଗାଁରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର ।
ମାଟି ତଳୁ ହଜାର ହଜାର ଲିଟର ଦେଶୀ ମଦ ଖୋଳି ବାହାର କରିଛନ୍ତି ପୋଲିସ ଟିମ୍ । ଚିକିଟି ମଦ ମୃତ୍ୟୁ ମାମଲା ପରେ ସାରା ରାଜ୍ୟରେ ଏବେ ଚାଲିଛି ଚୋରା ମଦ କାରବାରର ଧରପଗଡ଼ । ମଦ ମାଫିଆଙ୍କ ଆଡ୍ଡାରେ ଚଢ଼ାଉ କରି ମଦ ଜବତ କରୁଛି ପୋଲିସ ଓ ଅବକାରୀ ଟିମ୍ । ତେବେ କୃଷ୍ଣପ୍ରସାଦ ବ୍ଲକରେ ହୋଇଥିବା ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ ଆଇଆଇସି ସସ୍ମିତା ବେହେରା । ପ୍ରାୟ ୫ ହଜାର ଲିଟରରୁ ଅଧିକ ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି ମେରାଇନ ଥାନା ପୋଲିସ ।