କନକ ବ୍ୟୁରୋ: ଜମିବାଡ଼ି ବିବାଦରେ ଫସିଗଲେ ମାଆ ଦୁର୍ଗା। ବିସର୍ଜନ ସରିଥିଲେ ବି ହୋଇପାରୁନି ଭସାଣି। ଯାଜପୁର ଥାନା ରାମବାଗ ବଜାର ଦୁର୍ଗା ପୂଜା କମିଟି ଓ ସ୍ଥାନୀୟ ଅଞ୍ଚଳର ଜମି ମାଲିକଙ୍କ ମଧ୍ୟରେ ଲାଗିରହିଛି ବିବାଦ। ଫଳରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଜମି ମାଲିକଙ୍କ ଦ୍ଵାରା ଘର କାମ ଚାଲୁଥିବା ବେଳେ ପୂଜା କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ୧୬୩ ଧାରା ଲାଗୁ କରାଯାଇଥିଲା। ପୂଜା ପେଣ୍ଡାଲ ଆଗରେ ଘର ତିଆରି କରୁଥିବା ମାଲିକ ବାଲି ଗଦା କରି ରଖିଛନ୍ତି । ଫଳରେ ମାଆ ମଣ୍ଡପରୁ ପଦାକୁ ଆସି ପାରୁନାହାନ୍ତି କିମ୍ବା ଭସାଣି ହୋଇପାରୁନାହିଁ। କମିଟି ସଦସ୍ୟମାନେ ବିଭିନ୍ନ ଅଫିସ, ଥାନାକୁ ଦୌଡୁଛନ୍ତି । ତୁରନ୍ତ ଏହାର ସମାଧାନ କରି ଦଶଭୂଜାଙ୍କ ଭସାଣୀ ବ୍ୟବସ୍ଥା କରିବାର କାର୍ଯ୍ୟକ୍ରମ ରହିଛି ।
ଆଶ୍ୱିନ ସରିଲାଣି, ଦେବୀ ଦଶଭୂଜାଙ୍କ ଭସାଣି ହୋଇନି: ଯାଜପୁରରେ ଜମିବାଡ଼ି ବିବାଦରେ ଫସି ଯାଇଛନ୍ତି ମାଆ ଦୁର୍ଗା
Advertisment
Follow Us