କନକ ବ୍ୟୁରୋ: ଭାରତରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ୱକପ୍ ଲାଗି ଇଂଲଣ୍ଡର ପାକିସ୍ତାନୀ ବଂଶୋଦ୍ଭବ ସ୍ପିନର୍ ଆଦିଲ ରସିଦ, ରେହାନ ଅହମଦ ଓ ଦ୍ରୁତବୋଲର ସକିବ ମହମୁଦଙ୍କୁ ଭାରତୀୟ ଭିସା ମିଳିଯାଇଛି । ଏମାନଙ୍କ ବାଦ୍ ନେଦରଲାଣ୍ଡ୍ସର ଖେଳାଳିଙ୍କ ସହ କାନାଡ଼ାର ଶାହ ସଲିମ୍ ଜାଫରଙ୍କ ଭିସାକୁ ମଧ୍ୟ ମଞ୍ଜୁର ମିଳିଛି । ୟୁଏଇ, ଆମେରିକା, ଇଟାଲି, ବାଂଲାଦେଶ ଓ କାନାଡା ଦଳରେ ଥିବା ପାକ୍ ବଂଶୋଦ୍ଭବଙ୍କ ଭିସା ବ୍ୟବସ୍ତା ଚାଲୁରହିଛି । ପ୍ରାୟତଃ ଚଳିତ ମାସ ୩୧ ତାରିଖ ଭିତରେ ସମସ୍ତ ଦଳର ସଦସ୍ୟମାନଙ୍କ ଭିସା ପ୍ରଦାନ କାର୍ଯ୍ୟ ଶେଷ ହୋଇଯିବ । ଆଇସିସି ମଧ୍ୟ ଯେପରି ଫେବ୍ରୁଆରି ୭ ତାରିଖ ପୂର୍ବରୁ ପ୍ରତିଯୋଗିତାରେ ଭାଗନେଉଥିବା ଦଳଗୁଡ଼ିକରେ ଥିବା ମୋଟ ୪୨ ପାକ୍ ବଂଶୋଦ୍ଭବଙ୍କୁ ଭାରତୀୟ ଭିସା ମିଳିଯିବ ସେଥିପାଇଁ କାର୍ଯ୍ୟ କରୁଛି । ଫଳରେ ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଦଳଗୁଡ଼ିକର ଅଂଶଗ୍ରହଣରେ କୌଣସି ଅସୁବିଧା ହେବନି ।
ଟ୍ୱେଣ୍ଟି-୨୦ ବିଶ୍ୱକପ୍: ଇଂଲଣ୍ଡର ପାକ୍ ବଂଶୋଦ୍ଭବଙ୍କୁ ମିଳିଲା ଭିସା
ଇଂଲଣ୍ଡର ପାକିସ୍ତାନୀ ବଂଶୋଦ୍ଭବ ସ୍ପିନର୍ ଆଦିଲ ରସିଦ, ରେହାନ ଅହମଦ ଓ ଦ୍ରୁତବୋଲର ସକିବ ମହମୁଦଙ୍କୁ ଭାରତୀୟ ଭିସା ମିଳିଯାଇଛି । ଏମାନଙ୍କ ବାଦ୍ ନେଦରଲାଣ୍ଡ୍ସର ଖେଳାଳିଙ୍କ ସହ କାନାଡ଼ାର ଶାହ ସଲିମ୍ ଜାଫରଙ୍କ ଭିସାକୁ ମଧ୍ୟ ମଞ୍ଜୁର ମିଳିଛି ।
/kanak/media/media_files/2026/01/18/adil-rashid-2026-01-18-16-04-27.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)