ବିପର୍ଯ୍ୟୟରୁ ବର୍ତ୍ତିଲା ଇଂଲଣ୍ଡ: ୪ ରନ୍‌ରେ ହାରିଲା ନେପାଳ

Advertisment

ରବିବାର ଇଂଲଣ୍ଡ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ନିଜ ଅନଭିଜ୍ଞ ହେଲେ ଉତ୍ସାହୀ ଦଳର ସାହସିକ ବ୍ୟାଟିଂ ପାଇଁ ନେପାଳ ୪ ୱିକେଟ୍‌ ବିନିମୟରେ ୧୮୦ ରନ୍‌ କରି ମାତ୍ର ୪ ରନ୍‌ରେ ମ୍ୟାଚ୍‌କୁ ହାରିଥିଲା। ଶେଷ ଓଭର ପର୍ଯ୍ୟନ୍ତ ଲଢ଼ୁଆ ଖେଳ ଖେଳି କିନ୍ତୁ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା।

ରବିବାର ଇଂଲଣ୍ଡ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ନିଜ ଅନଭିଜ୍ଞ ହେଲେ ଉତ୍ସାହୀ ଦଳର ସାହସିକ ବ୍ୟାଟିଂ ପାଇଁ ନେପାଳ ୪ ୱିକେଟ୍‌ ବିନିମୟରେ ୧୮୦ ରନ୍‌ କରି ମାତ୍ର ୪ ରନ୍‌ରେ ମ୍ୟାଚ୍‌କୁ ହାରିଥିଲା। ଶେଷ ଓଭର ପର୍ଯ୍ୟନ୍ତ ଲଢ଼ୁଆ ଖେଳ ଖେଳି କିନ୍ତୁ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା।

England Team

କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରତିଟି ମ୍ୟାଚ୍‌ ଅପୂର୍ବ ରୋମାଞ୍ଚ ଓ ଅନନ୍ୟ ଉତ୍କଣ୍ଠା ଭରା ରହୁଛି । ପ୍ରଥମ ଦିନରେ ପାକିସ୍ତାନ-ନେଦରଲାଣ୍ଡ୍‌ସ ଏବଂ ଭାରତ-ଆମେରିକା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ସେହି ଧାରାକୁ ଆଗକୁ ନେଇ ରବିବାର ଦ୍ବିତୀୟ ଦିନର ଦ୍ବିତୀୟ ମ୍ୟାଚ୍‌ ଶେଷ ଓଭରକୁ ଯିବା ବିଶ୍ବକପ୍‌ର ଉତ୍ସାହକୁ ବହୁଗୁଣ ବଢ଼ାଇ ଦେଇଛି । ଇଂଲଣ୍ଡ ଓ ନେପାଳ ଭିତରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନେପାଳ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାରୁ ଅଳ୍ପକେ ବଞ୍ଚିତ ହୋଇଛି । ପୂର୍ବ ବିଜେତା ଇଂଲଣ୍ଡ ବଡ଼ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଛି ।

ଏହା ବି ପଢ଼ନ୍ତୁ: ନଗେଶ ଟ୍ରଫି ଲାଗି ଓଡ଼ିଶା ଦଳ ଘୋଷଣା : କାଲି ଉତ୍ତରାଖଣ୍ଡକୁ ଭେଟିବ

ରବିବାର ଇଂଲଣ୍ଡ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ନିଜ ଅନଭିଜ୍ଞ ହେଲେ ଉତ୍ସାହୀ ଦଳର ସାହସିକ ବ୍ୟାଟିଂ ପାଇଁ ନେପାଳ ୪ ୱିକେଟ୍‌ ବିନିମୟରେ ୧୮୦ ରନ୍‌ କରି ମାତ୍ର ୪ ରନ୍‌ରେ ମ୍ୟାଚ୍‌କୁ ହାରିଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲଢ଼ୁଆ ଖେଳ ଖେଳି କିନ୍ତୁ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା । ଏପରିକି ଶେଷ ୬ ବଲ୍‌ ପର୍ଯ୍ୟନ୍ତ ଇଂଲଣ୍ଡ ହାତରୁ ମ୍ୟାଚ୍‌ ଖସିଯିବାର ଆଶଙ୍କା ଥିଲା । ଏହି ନାଟକୀୟ ମୁକାବିଲାର ଅନ୍ତିମ ଓଭରରୁ ଐତିହାସିକ ବିଜୟ ଲାଗି ନେପାଳକୁ ୧୦ ରନ୍‌ର ଦରକାର ଥିଲା । ତେବେ ସାମ୍‌ କରନ୍‌ କେତୋଟି ୟର୍କର ତଥା ଅଫ୍‌ଷ୍ଟମ୍ପ୍‌ ଲାଇନ୍‌ ବଲ୍‌ରେ ନେପାଳ ବ୍ୟାଟର୍‌ଙ୍କୁ ଚତୁରତାର ସହ ବାନ୍ଧି ରଖିବା ପରେ ସେମାନେ ହାତଖୋଲା ସଟ୍‌ ଖେଳି ପାରି ନଥିଲେ । ଫଳରେ ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ଏହା ପୂର୍ବରୁ ୨୦୨୪ ବିଶ୍ବକପ୍‌ରେ ନେପାଳ ମାତ୍ର ୧ ରନ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା । ରବିବାର ସେହି ପରାଜୟର ଦୁଃଖକୁ ଦୂର କରିବାର ପାଖରେ ପହଞ୍ଚି ପୁଣି ଥରେ ସ୍ମରଣୀୟ ବିଜୟ ହାତଛଡ଼ା କରିଥିଲା ।

 ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହଜାର ହଜାର ନେପାଳୀ ସମର୍ଥକଙ୍କ ଗହଣରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୫ ରନ୍‌ରେ ପ୍ରଥମ ଏବଂ ୫୭ ରନ୍‌ରେ ୩ ୱିକେଟ୍‌ ହରାଇ ସଂଘର୍ଷ କରିଥିଲା । ତେବେ ଜ୍ୟାକବ୍ ବେଥେଲ ଓ ଅଧିନାୟକ ହ୍ୟାରି ବ୍ରୁକ୍‌ଙ୍କ ଅର୍ଦ୍ଧଶତକ ସହ ୱିଲ୍‌ ଜ୍ୟାକ୍‌ଙ୍କ ବିସ୍ଫୋରକ ୩୯ ରନ୍‌ ବଳରେ ଇଂଲଣ୍ଡ ୭ ୱିକେଟ୍‌ ବିନିମୟରେ ୧୮୪ ରନ୍‌ କରିଥିଲା । ଜବାବରେ ନେପାଳ ପାଳିରେ ଗୋଟିଏ ବି ଅର୍ଦ୍ଧଶତକ ନଥିଲେ ବି ଏହି ଦଳ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା । ଅଧିନାୟକ ରୋହିତ ପୌଡେଲ, ମଧ୍ୟକ୍ରମ ବ୍ୟାଟର୍‌ ଦୀପେନ୍ଦ୍ର ସିଂହ ଆଇରୀ ଓ ଲୋକେଶ ରାମ ଲଢ଼ୁଆ ବ୍ୟାଟିଂ କରିବା ପରେ ପୂର୍ବ ବିଜେତା ଇଂଲଣ୍ଡ ଶିବିରରେ ଛନକା ପଶି ଯାଇଥିଲା । ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ଜ୍ୟାକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । 

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୨୦ ଓଭରରେ-୧୮୪/୭ (ଜ୍ୟାକବ୍‌ ବେଥେଲ ୫୫, ହ୍ୟାରି ବ୍ରୁକ୍‌ ୫୩, ୱିଲ୍‌ ଜ୍ୟାକ୍ସ ୩୯*, ଦୀପେନ୍ଦ୍ର ସିଂହ ଆଇରୀ ୨/୨୩, ନନ୍ଦନ ଯାଦବ ୨/୨୫) । ନେପାଳ ୨୦ ଓଭରରେ-୧୮୦/୬ (ଦୀପେନ୍ଦର ସିଂହ ଆଇରୀ ୪୪, ରୋହିତ ପୈଡେଲ ୩୯, ଲୋକେଶ ରାମ ୩୯*, ଲିୟାମ ଡ’ସନ୍‌ ୨/୨୧, ସାମ୍‌ କରନ ୧/୨୭) । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe