କନକ ବ୍ୟୁରୋ: ହେଡିଂଲେ ଟେଷ୍ଟରେ ଭାରତକୁ ୫ ଓ୍ବିକେଟରେ ପରାଜିତ କରିଛି ଇଂଲଣ୍ଡ । ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହଛି ଘରୋଇ ଦଳ ଇଂଲଣ୍ଡ । ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଟାର୍ଗେଟ୍ ଦେଇଥିଲା ଭାରତ । ଏହି ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ଓପନର ବେନ ଡକେଟ୍ ୧୪୯ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ । ସେହିପରି ଜ୍ୟାକ୍ କ୍ରଲି ୬୮ ରନ, ଜୋ‘ ରୁଟ ୫୩ ରନ୍ ଓ ଜେମି ସ୍ମିଥ ୪୩ ରନ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରୀଷ୍ଣା ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୪୭୧ ରନ କରିଥିବାବେଳେ ଇଂଲଣ୍ଡ ୪୬୫ ରନ କରିଥିଲା । ଭାରତକୁ ମିଳିଥିଲା ୬ ରନ୍ର ଲିଡ୍ । ଦ୍ବିତୀୟ ଇନିଂସରେ ଭାରତ ୩୬୪ ରନ କରିଥିଲା । ଏହି ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ଓ ଋଷଭ ପନ୍ତ ଶତକ ଅର୍ଜନ କରିଥିଲେ । କିନ୍ତୁ ପ୍ରଥମ ଇନିଂସ ପରି ଏହି ଇନିଂସରେ ବି ଭାରତର ନିମ୍ନକ୍ରମ ବ୍ୟାଟରମାନେ ବିଫଳ ହୋଇଥିଲେ ।
ଭାରତ ହାତରୁ ମ୍ୟାଚ ଛଡ଼ାଇ ନେଲା ଇଂଲଣ୍ଡ, ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୪୭୧ ରନ କରିଥିବାବେଳେ ଇଂଲଣ୍ଡ ୪୬୫ ରନ କରିଥିଲା । ଭାରତକୁ ମିଳିଥିଲା ୬ ରନ୍ର ଲିଡ୍ ।
/kanak/media/media_files/2025/06/25/siraj-2025-06-25-12-58-41.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)